ପୃଷ୍ଠା:Prachina Odia Kabita.pdf/୨୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୮୬
ପ୍ରାଚୀନ ଓଡ଼ିଆ କବିତା
 

ତୁମ୍ଭେ ତ ବିପୁଳ ଭୋଗ ଭୁଞ୍ଜିବା ସମୟେ
ଏବେ ମନୁ ମୂର୍ଚ୍ଛି ମୋତେ ଧୈର୍ଯ୍ୟ ଧର କାୟେ ।
ନିରାଶ ହୋଇଣ ରାଣୀ ନବରକୁ ଯାଅ
ମାତା ମୁକୁତା ଦେଈର ସେବା କରୁଥାଅ ।
କାନ୍ତାର ବଚନ ଶୁଣି ହୋଇଲେ ବିକଳ
ମୁଖ ଟେକ ଯାହା ପ୍ରଭୁ କହିଲ ଉତ୍ତର ।
କେମନ୍ତେ ବଳିବ ସତ ଆମ୍ଭଙ୍କୁ ଛାଡ଼ିବ
ଧର୍ମଦେବତା ତୁମ୍ଭଙ୍କୁ କେମନ୍ତେ ସହିବ । ।୯୦।
ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ରାଣୀ
ତୁମ୍ଭଙ୍କୁ ଚାହିଁଲେ ମୋର ଯୋଗ ହୋଏ ହାନି ।
ମାସ ଦୁଇ ଚାରି ଫେରି ଆସିବୁଁ ଲେଉଟି
ଏହି ବଙ୍ଗଦେଶରେ ହୋଇବା ଭେଟାଭେଟି ।
ନିରାଶ ହୋଇଣ ରାଣୀ ନବରକୁ ଯାଅ
ମାତାଙ୍କ ଚରଣ ତଳେ ସେବା କରୁଥାଅ ।
କାନ୍ତର ବଚନେ ରାଣୀ ହୋଇଲେ ବିକଳ
ମୁଖ ଟେକି ଚାହାଁ ପ୍ରଭୁ କହସି ଉତ୍ତର ।
କେମନ୍ତେ ବଳିବ ଚିତ୍ତ ଆମ୍ଭଙ୍କୁ ଛାଡ଼ବି
ଧର୍ମଦେବତା ତୁମ୍ଭଙ୍କୁ କେମନ୍ତେ ସହିବ । ।୧୦୦।
ପୂର୍ବେ ଈଶ୍ୱରଙ୍କୁ ଆମ୍ଭେ ମାଗିଥିଲୁ ବର
ତପୋବଳେ ତୁମ୍ଭଙ୍କୁ ପାଇଲୁ ଦଣ୍ଡଧର ।
କୋଡ଼ିଏ ବରଷର ଗୋବିନ୍ଦଚନ୍ଦ୍ର ରାଜା
ଷୋଳ ବର୍ଷର ରୋଦମା ଗୋଦମା ସାନୁଜା ।
ଏମନ୍ତ ସମୟେ ରାଜା ଦେଶାନ୍ତର ଗଲେ
ଦଇବ ପୁରୁଷ ତୋତେ ନ ସହିବା ଭଲେ ।
ଆମ୍ଭେ ତୋର ଅର୍ଦ୍ଧଅଙ୍ଗ ମହା ପାଟର୍ଣୀ
କଳିଙ୍ଗରାଜା ଦୁହିତା ବିରହା କାମିନୀ ।
ଆଶା ଥାଉଁ ନିରାଶ କରନ୍ତି ଯେଉଁଜନ
ମହାପାପି ସଙ୍ଗେ କରେ ନରକେ ଗମନ । ।୧୧୦।