ପୃଷ୍ଠା:Prachina Odia Kabita.pdf/୩୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୯୧
 

ଦେହ ନାହିଁ ଅଦେହରେ କରିଅଛି ବାସ
ଅଜପା ଅକର୍ମା ଅଣଅଭ୍ୟାସ ଅଦୃଶ୍ୟ ।
ଚ୍ୟୁତ ନୁହଁ ଅଚ୍ୟୁତ ସେ ଅଣାକାର ମୟେ
ଜୀବ ନୁହେଁ ଅଜୀବ ସେ ପରମରେ ରହେ ।
ବ୍ରହ୍ମାଣ୍ଡ ଉପରେ ବ୍ରହ୍ମ ବୋଲଟି ଯାହାକୁ
ବନ୍ଧ୍ୟା ହୋଇ ଜାତ କଲା ପରମ ପୁତ୍ରକୁ ।
ଖଣ୍ଡ ନୁହେଁ ଅଖଣ୍ଡଳ ସ୍ଥାନେ ଦିଅ ମନ
ବୁଦ୍ଧି ଯହିଁ ନାହିଁ ନାହିଁ ଚିତା ଚଇତନ ।।୧୦।
ନୟନରେ ନାହିଁ ସେ ଯେ ନୁହଇ ତ‌ରାଟ
ଅଷ୍ଟାଙ୍ଗ ଯୋଗରେ ଯୋଗୀ ନ ପାଇଲେ ଭେଟ ।
ପୂର୍ଣ୍ଣାନନ୍ଦ ଉପରେ ସେ ପରମରେ ନାହିଁ
ପଞ୍ଚରତ୍ନ ବୀଣା ଯେ ହୁଅନ୍ତି ସେଇ ଠାଇଁ ।
ପବନ ନ ଗମେ ଚନ୍ଦ୍ର ସୂର୍ଯ୍ୟ ନ ଗମଇ
ଗୁରୁ ଶିଷ୍ୟ ମନ୍ତ୍ର ଯନ୍ତ୍ର ସେ ଠାବକୁ କାହିଁ ।
ପୂଜା ବ୍ରତ ତୀର୍ଥ ଯଜ୍ଞ ତ୍ରିଗୁଣୁ ବାହାର
ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ନ ହେଲା ଗୋଚର ।
କଥନ ନୁହଇ ଅକଥନ ଅପ୍ରମିତ
ଯଶୋବନ୍ତେ ବୁଝାଇଲେ ପ୍ରଭୁ ଜଗନ୍ନାଥ । ।୨୦।

(୩)


ଦୁତି ଗୋ, ଯିବା ହଂସକୁ ଦେଖିଟି
ଥଣ୍ଟ ଭିତରେ ଲୁଚାଇଛି ପକ୍ଷୀଟି ।
ଅପୂର୍ବ ହ°ସର ତିନୋଟି ପାଦ
ଏକ ପାଦକେ ଘୋଟିଛି ଅଗାଧଟି, ଦୂତି ଗୋ ।
ଏକ ପାଦ ତାର କେଶରେ ସ୍ଥିତି
ଏକ ପାଦ ତାର ଶୂନ୍ୟେ ଗୁପତଟି, ଦୂତି ଗୋ |
ଅଣ୍ଡିରା ହ°ସର ଏକଇ ଡିମ୍ବ