ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ,
ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମୁନା ଦୁଆରେ ରହିଲେ ନନ୍ଦଚାଟ
ଯେବେ ପାଇବୁ ଭେଟ ମାୟାକୁ ତୁହି କାଟ
ଗୁରୁ ସେବିଣ ଦେଖ ଶ୍ରୀହରି ।
ଜନମ ହୋଇ ପଡ଼ିଲୁ ମର୍ତ୍ତ୍ୟ ମଣ୍ଡଳ
କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର ।
ଅନ୍ତୁଡ଼ିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ବରଷ ଗଲା ବାଳଭାବରେ ବହି
ଦଶ ବରଷେ ଧୂଳି ଘର ଖେଳିଲୁ ତୁହି,
ବାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ,
ତେବେ ନ ବୋଲୁ ମୁଖେ ଶ୍ରୀହରି ।
ପନ୍ଦର ବରଷେ ହେଲୁ ଅମରମତା,
କୋଡ଼ିଏ ବରଷେ କଲୁ କାମିନୀ ଚିନ୍ତା ।
କାମିମୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ବୟସ ବହି
ହରିକଥାକୁ ଦିନେ ମନେ ନ କଲୁ ତୁହି
ହେବୁ କେମନ୍ତେ ଏ ଭବୁ ପାରି ।
ବୃଦ୍ଧବୟସ ଯେ ଏବେ ହେଲା ତୋହରି, ।୪୦।
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ ଗୁରୁଙ୍କ ସେବାକର
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ-ଜନ୍ମ କଳୁଷ ଚିତ୍ତରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି ।
ପୃଷ୍ଠା:Prachina Odia Kabita.pdf/୩୦୩
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୯୩