ପୃଷ୍ଠା:Prachina Odia Kabita.pdf/୩୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୯୭
 

(୩)


ଯଶୋଦା ବୋଲନ୍ତି ଆଗୋ ରାଇ
ଯମୁନା କେ କେ ଯିବା ଗୋ ଗାଧୋଇ ।
ଆଗେ ଯଶୋବନ୍ତୀ ପଛେ ରାଧିକା
ପୁଣି କେ ତୋତେ ଦେଲା ନୂଆ ବାହି ଶଙ୍ଖା ।
ଶଙ୍ଖା ଅଇରି ଆମ୍ଭର ବର ଗୋ ନଣନ୍ଦେ
ଶଙ୍ଖା ଅଇରି ଆମ୍ଭର ବର,
ନୂଆ ବାହି ଶଙ୍ଖା କେତେ ମାତର ।
ଯଶୋଦା ବୋଲନ୍ତି ଆଗୋ ଗୋ ଗୋଇ
ଶଙ୍ଖା ଅଇରିକି ବାଇ ହୋଇଲୁ ତୁହି ।
ସତେହେଂ କହୁକି ସପନେ କହୁ ।୧୦।
ମୋ ଭାଇକି, ତୁ ସୁଖ ନ ପାଉ ।
ଶଙ୍ଖା ଅଇରି ଅଇଲା ଆଜ ନିଶିର,
ଶଙ୍ଗା ପିନ୍ଧାଇଲା ମୋ ବେନି କର ।
ଶଙ୍ଖାରି ନାମ ଦେବ ଚକ୍ରଧାରୀ
ଅର୍କ୍ଷିତ ରଘୁକୁ ରଖ ଶଙ୍ଖାରି ।
( ୪ )
ନିଦ୍ରାରୁ ଉଠ ହେ ଗୋବିନ୍ଦ
ଯଶୋବନ୍ତୀ ଡାକନ୍ତି,
କାକ କୋକିଳ ରାବ ଦେଲେ
ନିଶା ହେଲା ପାହାନ୍ତି ।
ସଙ୍ଗୀ ବ୍ରଜସୁତ ଅଇଲେ
ରଖି ଯିବୁ ମୋ ଧନ,
ଘୃତ ଲବଣୀ ସର ଦେବି
ଉଠ ଉଠ ମୋ ଧନ ।