ପୃଷ୍ଠା:Prachina Odia Kabita.pdf/୩୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୯୮
ପ୍ରାଚୀନ ଓଡ଼ିଆ କବିତା
 

ପଙ୍କଜ ମୁଖ ତୋ ପଖାଳ
ଘେନି ସୁବାସ ପାଣି, । ୧० ।
ପିନ୍ଧାଇବି ଝୀନ ପତନୀ
କେଶେ ପାରିବି ବେଣୀ ।
କଣ୍ଠେ କଣ୍ଠିମାଳୀ ହରିଡ଼ା
ହସ୍ତେ ଦେବି କଙ୍କଣ,
ରଘୁ ଅରକ୍ଷିତେ ଭଣିଲେ
କୃଷ୍ଣ ପଦ୍ମ ଚରଣ ।
(୫)
କଦମ୍ବର ତଳେ ଶୟନର ବେଳେ ବଂଶୀ ସମସ୍ଥାନେ ଦେଇ
ସର୍ବଗୋପିମାନେ ନୀର ଆଣିଗଲେ ବଂଶୀ ମୋ ନେଲେ ଚୋରାଇ ।
ଗୋ ରାଧେ, ବଂଶୀଟି ଆମର ଦିଅ
ହସ୍ତର କଙ୍କଣ ଗଳା ରତ୍ନହାର ଯାହା ଇଚ୍ଛା ତାହା ନିଅ ।
ବ୍ରହ୍ମା ଦେଇଥିଲେ ଅପୂର୍ବ ମୁରଲୀ ଶୁଭଇ ଅମୃତ ଧ୍ୱନି
ବଂଶୀ ବିନୁ ମୋତେ ଆନ ନ ରୁଚଇ ନ ଖାଇ ଯେ କ୍ଷୀର ପାଣି ।
ଅତି ଯତନରେ ବଂଶୀ ଗଢ଼ାଇଲି ସୁନାର ବେଣ୍ଟ ଲଗାଇ
କେ ଯାଇ କହିବ ମାତାଙ୍କ ଛାମୁରେ ବଂଶୀ ମୋ ନେଲ ଚୋରାଇ ।
କଳାମେଘୀ ଶାଢ଼ୀ ପିନ୍ଧିବାର ବେଳେ ଅନାଇ ରହିଲି ସହି
ପଛର ପଣତ ଆଗକୁ ପକାଇ ବଂଶୀ ମୋ ନେଲ ଚୋରାଇ । । ୧୦ ।
ଦୂତୀ ମୁଖ ଚାହିଁ ରାଧିକା ବୋଲନ୍ତି ଆମ୍ଭେ ତ ନ ଜାଣୁ ବେଣୁ
ଅରକ୍ଷିତ ରଘୁ ଗୀତରେ ଭଣିଲେ ନଟବର‌ନୀଆ କାହ୍ନୁ |