ପୃଷ୍ଠା:Prachina Odia Kabita.pdf/୩୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶକୁନ୍ତଳା ଚଉତିଶା
ରଘୁ ଅରକ୍ଷିତ


କହଇ ମୁଁ କଉତୁକ ଶୁଣ ସୁଗ୍ୟଜନ
କୁରଙ୍ଗୀ ଗୋଡ଼ାଇ ଗଲେ ଦୁଷନ୍ତ ସ୍ୱଜନ ।
କଣ୍ଡୁ ମୁନି ଆଶ୍ରମ ପାରୁଶେ ଉପବନ
କଉତୁକ ପାଇ ରାଜା ରୁହାଇଲେ ଯାନ ।
ଖରାର କରଣ ନାହି ପଲବର ଛାଇ
ଖେଜି ଚରୁଛନ୍ତି ଶାରି ଶୁଆ ମେଳ ହୋଇ ।
ଖେଜି ଖେଜି କୁରଙ୍ଗୀ କସ୍ତୁରୀ ଚରୁଛନ୍ତି
ଖୁଦାଥ ଲାଗିଲେ ଗଛୁ ପତ୍ର ସେ ଚରନ୍ତି ।
ଗଛେ ଗଛେ ଗହନ ସୁନ୍ଦର ଫଳଭର
ଗହନ କୁସୁମ ଶାଖା ଲାଗିଛୁ ଭୂମିର । ।୧୦।
ଗଳେ କରି ମନ୍ଦୁକରେ କରୁଛନ୍ତି ରୋଳ
ଗହନ ମଦୁପ ଦୁନି ଶୁବଇ ଚହଳ ।
ଘଟଣ ପୋଖୋରୀ ପାଶେ ଘାଟ ସଠିକର
ଘଂଚପନ୍ତି ହୋଇ ତହି ଲାଗିଛି ମନ୍ଦାର
ଘର ପ୍ରାୟେ ମାଳତୀ ମାଧେବୀ ଲତାମାନ
ଘନ ଘନ ମରୁଳ ମଜୁର ଦେନ୍ତି ସନ ।
ନିର୍ମଳ ଜଳରେ ଫୁଟି ଅଛଇ କମଳ
ନିରନ୍ତରେ ମଧୁକରେ ମଦୁପାନେ ଭୋଳ ।
ନିଉଡ଼ି ହୁଅନ୍ତି ତହି ପରାଗର ଗୁଣ୍ଡି
ନିରନ୍ତରେ ମଦୁପାନେ ନ ପାରନ୍ତି ଉଡ଼ି । ।୨୦।
ଚନ୍ଦନ ଅଗର ଚୂତ ଲଭଙ୍ଗ ଲତାର
ଚଳୁଛନ୍ତି ମନ୍ଦ ମନ୍ଦ ଲାଗିଣ ସମୀର ।
ଚଉଦିଗ ପୂରିଣ ସେ କରଇ ଆମୋଦ
ଚଂଚଳ କରଇ ମୁନିଜନଙ୍କ ସମାଦ ।
କ୍ଷଣେ କ୍ଷଣେ ପ୍ରଶଂସା କରଇ ମହୀପତି
ଛିଡ଼ି କି ନନ୍ଦନବନ ଗଡ଼ୁଅଛି କ୍ଷିତି ।