ପୃଷ୍ଠା:Prachina Odia Kabita.pdf/୩୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୩୦୧
 

କ୍ଷଣେ ଛାଡ଼ିବାକୁ ଯେ ତାହାର ମନ ନାହି
ଛଛୁଟକ କରି ତାକୁ ଭେଟାଇଲା ବିହି ।
ଯୁବତୀ ରତନ ସୁକନ୍ତଳା ବୋଲେ ସଖୀ
୩୦ଯିବା ଚାଲ ଋଷିଙ୍କର ନୂଆ ତୋଟା ଦେଖି ।
ଯେଉ ଯେଉ ବୃକ୍ଷରେ ନେ[ଇ] ଦେଲା[କ] ପାଣି
ଯତନ କରିଣ ଚାଲ ଆସିବା ମିତଣୀ ।
ଝାତିକାରେ ବାହାର ହୋଇଲେ ସର୍ବ ସଖୀ
ଝଲକ ବୟେସ ସେ ସବିଏ ଚନ୍ଦ୍ରମୁଖୀ ।
ଝୀନବାସ ଝୀନତନୁ ପୀନ ପୟୋଧରୀ
ଝୁରିଲେନି କୁସୁମ‌ବାଣେ [ସେ] ସୁକୁମାରୀ ।
ନୀରକୁମ୍ଭ ଘେନି ଘରୁ ହୋଇଲେ ବାହାର
ନିର୍ମଳ ଦିଶଇ ମୁଖ ଚନ୍ଦ୍ରମା ଆକାର ।
ନୀରଜ ବୋଲିଣ ଏକ ମଦୁକର ଆସି
୪୦ନିଭୟେ ହୋଇଣ ସକୁନ୍ତଳା ଅଛି ବସି ।
ଟହଟହ ହସିଣ ବୃକ୍ଷରେ ଦେନ୍ତି ପାଣି
ଟମାଳ କରିଣ ବୋଲେ ଏକଇ ମିତଣୀ ।
ଟସକର ମତେ ତୋତେ ଚୁମ୍ବିଲା ଭମର
ଟାକିଥାଅ ଅବଶ୍ୟ ଆସିବେ ନୃପବର ।
ଠୁଳ ହୋଇ ବସିଣ ଭାଳନ୍ତି ସର୍ବନାରୀ
ଠିକ କରି ପୂଜିବା ଗୋ ଶଙ୍କର ଗଉରୀ ।
ଠିକ ଫଳ ପୁଷ୍ପ ଦେଇ କରିବା ଗୋ ସେବା
ଠିଆ ହୋଇ ମାଗିବା ଗୋ ସକୁନ୍ତଳା ବିଭା ।
ଡାଳ ତ୍ୟୋଡ଼ିଆଇ ଫଳ ପୁଷ୍ୱନ୍ତ ତୋଳିଲେ
୫୦ଡାଳିମ୍ବ ବୃକ୍ଷର ତଳେ ଖଣ୍ଡିଏ ଲିପିଲେ ।
ଡମ୍ବୋରୁଧରକୁ ସର୍ବ ସଖୀ କଲେ ପୂଜା
ଡାଳ ଉହାଡ଼ରେ ରହି ଦେଖୁଛନ୍ତି ରାଜା ।
ଢାଳେଣ ଘେନିଲେ କରେ କୁସୁମ ଆଞ୍ଜୋଳି
ଡାଳିଲେ କାମେନୀ ଚନ୍ଦ୍ରଶିଖର ମଉଳି ।