ପୃଷ୍ଠା:Prachina Odia Kabita.pdf/୩୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୩୦୩
 

ପଳାଇ ପଶିଲେ ସୁକନ୍ତଳା ଯେତେ ସଖି।
ପଛଆଡ଼େ ପୁରୁଷ ରତନ ଏକ ଅଛି |
ଫରୁଣା ହୋଇଣ ଗୋ ସବୁରି ତହି ମତ
ଫୁଟିଲା ମାଳତୀ ପ୍ରାୟେ ସୁକନ୍ତଳା ଚିତ ।
ଫେଡ଼ି ଲଜେ ସଖିକି ଯେସନେ କହିଲାଇ
ଫୁଲବଙ୍ଗି ପାଦରେ ବହିଲା ବୋଲି କହି ।
ବସନ ଯତନେ ସଖି କଣ୍ଠରେ ଲଗାଇ
ବକ୍ରଭାବ ହୋଇଣ ସ୍ୱଜନ ମୁଖ ଚାହିଁ । ୯୦ ।
ବହଇ ପବନ ଯେହ୍ନେ ବୁଲଇ କମଳ
ବଢ଼ିଲା ମଦନ ନଦୀ ହୋଇଲା ଅଥଳ ।
ଭାସିଗଲ। ଧଉର୍ଯ୍ୟ ବୁଡଲା ଚଇତନ
ଭାସିଲା ବିବେକ ବନ୍ଧ ଦୁଇକ°ର ମନ ।
ଭଲମନ୍ଦ ନ ଜାଣି ହୋଇଲେ ଅନୁରାଗୀ
ଭରାନ୍ତି ଫିଟିଲ ଭଲା ମନୁମଥ ଲାଗି ।
ମଧୁମୁଖ ଚାହିଁଣ ବୋଲଇ ଏକ ସଖୀ
ମହର ପୁରୁଷ ଗୋ, ତୋଷରେ ରହିଅଛି ।
ମହୀପତେ ପରୟେ ମକୁଟ ମଉଳିର
ମାଳତୀ ଫୁଟିଲା ମଣି ଅଇଲା ମଦୁ(କ) ର । ୧୦୦ ।
ଯାଇଛନ୍ତ ଅନେକ ଧୂରକୁ ଆଜ ମୁନି
ଯିବାଚାଲ ଅପୂର୍ବ ପଦାର୍ଥମାନ ଘେନି ।
ଜାଣୁଜାଣୁ ପୂଜା ତାକୁ (ନ) କଲେକ ମିତଣୀ
ଜାଣିଲେ କୋପ କରିବେ ତୋତେ ମାହାମୁନି ।
ରମଣୀ ଘେନିଲେ ଅଗ୍ରଚନ୍ଦନ ପୁଷ୍ୱ ଫଳ
ରହଲା ରହଲା ହୋଇ ଗଲେ ବୃକ୍ଷ ତଳ ।
ରମଣୀର ମୁଖ ଚାହିଁ ବୋଲନ୍ତି ରାଜନ
ରହରେ ସୁନ୍ଦେରୀ ଆମ୍ଭେ ପୁଛିବୁ ବଚନ ।
ଲାଜ ଭାବ ସାଦୃଶ ସକୁ°ଚେ ପୋତି ମଥା
ଲାଜ ଭାବେ ଦୁଷନ୍ତ ନୃପତି କହେ କଥା । ୧୧୦ ।