ପୃଷ୍ଠା:Prachina Odia Kabita.pdf/୩୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୨
ପ୍ରାଚୀନ ଓଡ଼ିଆ କବିତା
 

ଢାଳେ ଯାହା ବୋଇଲେ ଗୋ ଅଛଇ ବିଚାରି
ଢଳି ମହାଦେବଙ୍କ ଶିରରୁ ପୁଷ୍ୱା ପଡ଼ି ।
ଆଣିକରି ପୃଷ୍ୱ ସୁକନ୍ତଳା ଶିରେ ଲାଇ
ଆଣିଲେ ଛଟକେ ସଖୀ। ଏଥକୁ କଡ଼ାଇ ।
ଆଣିମଣି ପାଦ ପାଇ ହୁଅ ପାଟରାଣୀ
ଏଣିଆଡ଼ କଥାମାନ ପାସୋର ମିତଣୀ । । ୬° ।
ତହିର ଉତାରେ (ଯେ) ତୋଟାରେ ବୁଲୁଛନ୍ତି
ତୋଳନ୍ତ ମାଧେବୀ ପୃଷ୍ୱ ବୋଲନ୍ତି ଯୁବତୀ ।
ତୋହୋର ବିଭା ନିକଟ ହୋଇଲା ଗୋ, ଆସି
ତୁନିକରି ମୋହୋ ଆଗେ କହିଗଲେ ଋଷି ।
ଥିର ହୋଇ ସକଳ ଦେଖଇ ମହୀପତି
ଥମ୍ବି ଯେ ହୋଇଲା ତାର ଅଧଉର୍ଯ୍ୟ ମତି ।
ଥରହର ଅଙ୍ଗ ତାର କୁସୁମ ଶରଘାଏ
ଦଇବେଣ, ସୁବର୍ଷ ପୁଭୁଳି ଭଭା କରି
ଦେଲା ନେଇ ଋଷିକ° ଆଶ୍ରମେ କି ବିଚାରି । ୭୦ ।
ଦେଖୁଛନ୍ତି ଅମରାବତି ପୁରେ ଯେତେ ନାରୀ
ଦଶ ଅଂଶେ ଅଧିକ ଅଟଇ ସେ କୁମାରୀ ।
ଧିକ କଲା ମହିରେ ଗୋ, ଯେତେ ସୀମଥିନୀ
ଧିକ କଲା ମାନସରବରଣ ହ°ସନୀ ।
ଧିକ କଲା କୁରଙ୍ଗୀ କେଶରୀ ଧରାଧର
ଅଧିକ ହୋଇଲା ତାକୁ ମନୁମତ ଶର ।
ନବଯୁବା ଯୁବତୀ ଜାଣଇ ରତିରସ
ନୟନ ଯୁଗଳ ତାର ଜୀବନକୁ ଫାଶ ।
ନିଧମ ଅଗ୍ନିରେ ଘଶି ହୋଇଲ ଗୋ ଘିଅ
ନିଶ୍ଚୟେ ଜାଣିଲି ନୁହନ୍ତି ଋଷି ଝିଅ । । ୮୦ ।
ପଶିଲା ପଶିଲା ହାତୀ ଶୁବଲା ଶବଦ
ପଳାବନ୍ତି ସ୍ରବ ସଖୀ ପରମ ବିସ୍ୟାଦ ।