ପୃଷ୍ଠା:Prachina Odia Kabita.pdf/୩୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୩୦୩
 

ପଳାଇ ପଶିଲେ ସୁକନ୍ତଳା ଯେତେ ସଖି
ପଛଆଡ଼େ ପୁରୁଷ ରତନ ଏକ ଅଛି ।
ଫରୁଣା ହୋଇଣ ଗୋ ସବୁରି ତହି ମତ
ଫୁଟିଲା ମାଳତୀ ପ୍ରାୟେ ସୁକନ୍ତଳା ଚିତ ।
ଫେଡ଼ି ଲାଜେ ସଖିକି ଯେସନେ କହିଲାଇ
ଫୁଲବଙ୍ଗି ପାଦରେ ବହିଲା ବୋଲି କହି ।
ବସନ ଯତନେ ସଖି କଣ୍ଠରେ ଲଗାଇ
ବକ୍ରଭାବ ହୋଇଣ ରାଜନ ମୁଖ ଚାହିଁ । ୯୦ ।
କହଇ ପବନ ଯେହ୍ନେ ବୁଲଇ କମଳ
ବଢ଼ିଲା ମଦନ ନଦୀ ହୋଇଲା ଅଥଳ ।
ଭାସିଗଲା ଧଉର୍ଯ୍ୟ ବୁଡିଲା ଚଇତନ
ଭାସିଲା ବିବେକ ବନ୍ଧ ଦୁଇକ°ର ମନ ।
ଭଲମନ୍ଦ ନ ଜାଣି ହୋଇଲେ ଅନୁରାଗୀ
ଭରାନ୍ତି ଫିଟିଲା ଭଲା ମନୁମଥ ଲାଗି ।
ମଧୁମୁଖ ଚାହିଁଣ ବୋଲଇ ଏକ ସଖୀ
ମହତ ପୁରୁଷ ଗୋ, ତୋଷରେ ରହିଅଛି ।
ମହିପତି ପରାୟେ ମକୁଟ ମଉଳିର
ମାଳତୀ ଫୁଟିଲା ମଣି ଅଇଲା ମଦୁ(କ) ର । । ୧°° ।
ଯାଇଛନ୍ତି ଅନେକ ଧୂରକୁ ଆଜ ମୁନି
ଯିବାଚାଲ ଅପୂର୍ବ ପଦାର୍ଥମାନ ଘେନି ।
ଜାଣୁଜାଣୁ ପୂଜା ତାକୁ (ନ) କଲେକ ମିତଣୀ
ଜାଣିଲେ କୋପ କରିବେ ତୋରେ ମାହାମୁନି ।
ରମଣୀ ଘେନିଲେ ଅଗ୍ରଚନ୍ଦନ ପୁଷ୍ପ ଫଳ
ରହିଲା ରହଲା ହୋଇ ଗଲେ ବୃକ୍ଷ ତଳ ।
ରମଣୀର ମୁଖ ଚାହିଁ ବୋଲନ୍ତି ରାଜନ
ରହରେ ସୁନ୍ଦେରୀ ଆମ୍ଭେ ପୁଛିବୁ ବଚନ ।
ଲାଜ ଭାବ ସାଦୃଶ ସକୁଂଚେ ପୋତି ମଥା
ଲାଜ ଭାବେ ଦୁଷନ୍ତ ନୃପତି କହେ କଥା । । ୧୧° ।