ପୃଷ୍ଠା:Prachina Odia Kabita.pdf/୩୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୪
ପ୍ରାଚୀନ ଓଡ଼ିଆ କବିତା
 

ଲେଉଟିଲ କିପାତୁମ୍ଭେ କାହାର କୁମାରୀ
କାହାକୁ କରିବେ ବୋଲି ଅଛନ୍ତି ବିଚାରି ।
ବୋଲନ୍ତି ଯୁବତୀ କନା କଣ୍ଡୁ, ମୁନିଙ୍କର
ଆମ୍ଭେ ଲେଉଟିବା ଯେ ଭୁମ୍ଭଙ୍କୁ ସତକାର ।
ବରିବେ କାହାକୁ କନା ଆମ୍ଭେ ତ ନ ଜାଣି
ବରିବେ ଦୁଷନ୍ତ ନୃପତିକି ବୋଲ ପୁଣି ।
ଶତେ କୁମ୍ଭ ଅମିଅ ପାଇଲା ପ୍ରାୟେ ମନ
ଶୁଣରେ ସୁନ୍ଦେରୀ ଆମ୍ଭେ ଦୁଷନ୍ତ ରାଜନ !
ସତ ପ୍ରତିଫଳ ମୋର ଫଳିଲା ଏଠାର
ସଦୃଷ୍ଟି କରିଣ ଦେଖ ଶିରରେ ସିନ୍ଦୁର । । ୧୨° ।
ସନ୍ଦେଶ ପାଇଣ ତ‌ହି ସଲଜିତ ବାମା
ଶିରରୁ ଅଂଚଳ କାଡ଼ି ପ୍ରଣମ୍ବିତ ରାମା ।
ସଂଭେଟ ହୋଇଣ ସୁକନ୍ତଳା ଯେତେ ସଖୀ
ଛାଡ଼ଲେ ମନର ତପ ନୁପତିକି ଦେଖି ।
ସହଚରୀ ଯାଇଣ କହିଲେ ମୁନିବର
ଧାତିକାରେ ବହନେ ଅଇଲେ ମୁନି ଖର ।
ପ୍ରତକ୍ଷେ ଦେଖିଲେ ମୁନି ଦୁଷନ୍ତ ନୁର୍ପତି
ସାନନ୍ଦେ ସାଗରୁ ଚିତ ଆଣିଲେ ତଡ଼ତି ।
ହରଷେ ଦୁଷନ୍ତ ସୁକନ୍ତଳା କଲେ ବିଭା
ହର ଦୁର୍ଗା ପ୍ରାୟେକ ଦଶିଲେ ହୁଏ। ଶୋଭା । । ୧୩° ।
ହରଷେ ଆକୁଳ ମୁନି ବ୍ୟାକୁଳର ଭାଷ
ହରିବା ଅପ୍ରାଧ ସୁକନ୍ତଳା ଲକ୍ଷେ ଦୋଷ ।
ଛଛନ୍ଦେ ଯୁବଖ ଆଣି ଅର୍ଘ ବନ୍ଦାଇଲେ
ଛଟକ କରିଣ ବିଭା ବିଧାନ ସାରିଲେ ।
କ୍ଷୀରୋଦ୍ର ନନ୍ଦମୀ ପତି ଚରଣ କମଳେ
ନମେ ଅରକ୍ଷିତ ରଘୁ ଚୈତନ ସୟଳେ ।

*