ପୃଷ୍ଠା:Prachina Odia Kabita.pdf/୩୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୦୬
ପ୍ରାଚୀନ ଓଡ଼ିଆ କବିତା
 

ଜ୍ୟେଷ୍ଠେ ମୋ ଜ୍ୟେଷ୍ଠ ନନ୍ଦନ,
ଜାନକୀ ସହ ଲକ୍ଷ୍ମଣ,
ନାନା ପକ୍ୱଫଳ ଖୋଜି ବୁଲୁଥିବେ ବିଧିର ଏ ବିଡମ୍ବନ ଲୋ,
କୋଇଲି, ଶୁଣ ଲୋ ।
ଆଷାଢ଼ ମାସରେ ମେଘ,
ଗରଜଇ ଯେହ୍ନେ ବାଘ,
ବେଳେ ଦୃଶ୍ୟ ବେଳେ ହୁଅଇ ଅଦୃଶ୍ୟ ଘୋଟିଯାଏ ଚଉଦିଗ ଲୋ,
କୋଇଲି, ଶୁଣ ଲୋ ।
ଦେଖ ଏ ଧାରା ଶ୍ରାବଣ,
ଜଳ ପଡ଼େ ଅନୁକ୍ଷଣ,
ଘର ଘାଟ ନାହିଁ ମୋ ଦୁଃଖୀ-ସଙ୍ଖାଳି କିରୂପେ କାଟିବେ ଦିନ ଲୋ,
କୋଇଲି, ଶୁଣ ଲo । ।୪୦।
ଭାଦ୍ରବ ହେଲେ ପ୍ରବେଶ,
ସୁନିର୍ମଳ ଦଶଦିଶ,
ଅତି ସୁକୁମାରୀ ଜନକ-କୁମାରୀ ମନେ ଭାଳୁଥିବ କିସ ଲୋ,
କୋଇଲି, ଶୁଣ ଲୋ ।
ଆଶ୍ୱିନେ ଚନ୍ଦ୍ରକିରଣ,
କରଇ ମନ ହରଣ,
କେତେମତେ କେତେ ଉତ୍ସବ କରନ୍ତେ ଘରେ ଥିଲେ ରଘୁରାଣ ଲୋ,
କୋଇଲି, ଶୁଣ ଲୋ ।
ଏ ମହା କାର୍ତ୍ତିକ ମାସ,
ଭଣିଲେ ଶଙ୍କର ଦାସ, ।୫୦।
ସୀତା ସଙ୍ଗେ ଘେନି ରଘୁକୁଳମଣି ଭୋଗକଲେ ବାରମାସ ଲୋ,
କୋଇଲି, ଶୁଣ ଲୋ ।