ପୃଷ୍ଠା:Prachina Odia Kabita.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୬
ପ୍ରାଚୀନ ଓଡ଼ିଆ କବିତା
 
କୋଇଲି, ଢାଳୁଥାନ୍ତି ମାଏ ଯଶୋବନ୍ତୀ
ଢାଳେ ହରାଇଲି ମୋର ପୁତ୍ର ଶିରୀପତି ଲୋ, କୋଇଲି ।
କୋଇଲି, ଅନେକ ହିଂସିଲା ରାୟ କଂସ,
ଅଣହେଳା କରିଣ ଆପଣେ ଗଲା ନାଶ ଲୋ, କୋଇଲି । ୩୦।
କୋଇଲି, ତନୁରେ ତା ଲେପଇ କୁଙ୍କୁମ,
ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ, କୋଇଲି ।
କୋଇଲି, ଥନ ଭାଙ୍ଗି କ୍ଷୀରମାନ ଦେଲି,
ଥଅର କାଳକୁ ପୁତ୍ର ଦେଖି ନ ପାରିଲି ଲୋ, କୋଇଲି ।
କୋଇଲି, ଦଉଡ଼ିରେ ବାନ୍ଧିଲି ପୁତ୍ରକୁ
ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ, କୋଇଲି ।
କୋଇଲି, ଧନ୍ୟ ସେହୁ ଦଇବକୀ ନାରୀ,
ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି ଲୋ, କୋଇଲି ।
କୋଇଲି, ନ ଶୋଭଇ ଗୋପ‌ପୁର ମୋର
ନାରାୟଣ ଗଲାଦିନୁ ମଥୁରା ନ‌ଗର ଲୋ, କୋଇଲି । ।୪୦।
କୋଇଲି, ପବିତ୍ର ପୁରୁଷ ମୋ ମାଧୋଇ,
ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ ଲୋ, କୋଇଲି ।

କୋଇଲି, ନ ଶୋଭଇ ଗୋପ‌ପୁର ମୋର,

କୋଇଲି, ଫଳିବାକୁ ନାହିଁ ମୋର ଆଶ,
ଫଳିବାର ଫଳ ଗଲା ବସୁଦେବ ପାଶ ଲୋ, କୋଇଲି ।
କୋଇଲି, ବ‌ହୁତ ସ‌ହିଲି ତାଙ୍କ ଅଳି,
ବଡ଼ଇ ଶରଧା ଭାଙ୍ଗି ଗଲେ ବନମାଳୀ ଲୋ, କୋଇଲି ।
କୋଇଲି, ଭଣ୍ତି ମୋତେ ଗଲେ ବେନି ପୋଏ,
ଭାଇ ତାଙ୍କ ବଳରାମ ନଇଲେ ବେଡ଼ାଏ ଲୋ, କୋଇଲି ।
କୋଇଲି, ମଥୁରାକୁ ଯିବି ମୁଁ କି ଧାଇଁ,
ମାଧବ ମଧୂସୂଦନ ଆଣିବି କଢ଼ାଇ ଲୋ, କୋଇଲି । ।୫୦।
କୋଇଲି, ଯିବେ ଯେ ଆସିବେ ବୋଲି ଗଲେ,
ଜଗତଜୀବନ ପ୍ରଭୁ ବାହୁଡ଼ି ନଇଲେ ଲୋ, କୋଇଲି ।
କୋଇଲି, ରତ୍ନ ବସ୍ତ୍ର ଅଳଙ୍କାରମାନ,
ରାମ କୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ, କୋଇଲି ।