ପୃଷ୍ଠା:Prachina Odia Kabita.pdf/୩୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୩୦୯
 


ଏମନ୍ତେ କହି ସେ କୁମାରୀ । କାନ୍ଦଇ ମାତା ପିତା ବୋଲି ।
କାନ୍ଦଇ ହୋଇ ଉଚ୍ଚସ୍ବର ।ଶୁଣି କ୍ରଧିତ ତା ପିଅର ।
କ୍ରଧରେ ହୋଇ ଜରଜର ।ବୋଲଇ ଦୋଷ ନାହିଁ ମୋର ।
ଏମନ୍ତ କହିଣ ବାହାର । କନ୍ଥା କଟୁରି ଘେନି କର ।
ଦେଖିଲା କୃତସେନ ଯାଇ । ଅନ୍ନ ଭଞ୍ଜଣ ଅଛି ସେହି ।
ସେଠାରେ ହୋଇଲ ତୁରିତ । କ୍ରଧରେ ହୋଇଅଛି ମତ୍ତ । ୬୦ ।
ଭୂଞ୍ଜିଲାଠାରେ ହାତ ଗୋଡ଼ । ହାଣିଲା ସେ ମୁର୍ଖ ଗଉଡ଼ ।
ହାଣିଣ ପାଦ ଘେନିଗଲା । ଏମନ୍ତେ ରବି ଅସ୍ତ ଗଲା ।
ବିକଳ କେ ପାରିବ ସହି । ଚଳିବା ସଖ୍ୟ ଆଉ ନାହିଁ ।
ବସିଲା ଠାବରେ ବିକଳ । ଭୂମିରେ ମାରଇ କପାଳ |
ବୋଲଇ ଧିକ ମୋ ଜୀବନ । ମୋ ଜନ୍ମ ହେଲା ଅକାରଣ ।
ମୋ ପିତା ମାତା ଗଲେ କାହିଁ । ମୁଁ ଜାତି ଭ୍ରଷ୍ଟେ ଥିଲି ରହି ।
ହେ ବିହି ଏତେ କୃତ୍ୟ କଲୁ । ଏ ଦୁଃଖେ ଏତେ କଷ୍ଟ ଦେଲୁ ।
ମୁଁ ଏବେ ହୋଇଛି ଅନାଥ । ଭୋ ଧର୍ମ କରିବି କେମନ୍ତ ।
ମୋତେ ତ ବୁଦ୍ଧି ଦଶୁ ନାହିଁ । ଭୋ ଧର୍ମ କି କରିବି ମୁହିଁ ।
ଏମନ୍ତେ କହନ୍ତେଣ ତହିଁ । ରଜନୀ ଅର୍ଦ୍ଧ ଆସି ହୋଇ । ୭୦।
ଏମନ୍ତ ସମୟରେ ଦେଖ । ବିଜୟେ କରିଛନ୍ତି ଗୋର୍ଖ ।
ଶୁଣିଲେ ତାହାର ବିକଳ । ବିଜୟେ କଲେ ତପୀବର ।
ପ୍ରବେଶ ହୋଇଲେ ସେ ଯାଇଁ । ବୋଇଲେ ଏ କିସ ଅଟଇ ।
ଗୋରେଖ ପୁଚ୍ଛନ୍ତି ବଚନ । କିସ ଏ ବିପରୀତ ମାନ ।
ଶୁଣିଣ କୃତସେନ ତ‌ହିଁ । ବୋଲଇ ଶୁଣିମା ଗୋସାଇଁ ।
କିସ ହୋଇବ ବୋଲିଲେଣ । ଯାହା ଦେଖୁଛ ପ୍ରତ୍ୟକ୍ଷେଣ ।
ଦେଖିଣ ତାହାର ବିକଳ । ଦୟା ବସିଲା ତପୀବର ।
ଝିଙ୍କର ସାତ ଖଣ୍ଡ ଆଣି । ଦେଲେ ତାହାକୁ ତପୀମଣି |
ତାପରେ ତାପରେ ବସାଇ । ଠୁଳ କରିଲେ ମୁନିସାଇଁ ।
ଯେବଣ ଦିନ ହେବ ସିଦ୍ଧି । ଆସିଣ ମିଳିବୁ ଅବଧି । ୮୦।
ଏମନ୍ତ କହୁଁ କହୁଁ ଗଲେ । ସେ କୃତସେନ ସାଧ୍ୟ କଲେ ।
ଏମନ୍ତ କେତେ ଦିନ ଅନ୍ତେ । ସସିଦ୍ଧ ହୋଇଲା ଯୁକତେ ।