ପୃଷ୍ଠା:Prachina Odia Kabita.pdf/୩୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଜନ
ଶିଶୁ ଅନନ୍ତ
(୧)
ଆରେ ବାଇବର, ହୃଦପଦ୍ମେ ନିରଂଜନ ଲୟ କର ।
ସର୍ବଦେବ ପରେ ଲୀଳା ଯାର
ଶରଣ ସୋଦର ନିରାକାର
ଅମନ ମନ୍ଦିରେ ମନ ବଳାଇବୁ
ଅବନା ବନିଲେ ହେବୁ ପାର ।
ହଂସ ଡିମ୍ବ ପ୍ରାୟ ବର୍ଣ୍ଣ ଯାର
ଧବଳ ମୂରତି ବଳିଆର
ବଉଦ ମଧ୍ୟରେ ବିନ୍ଦୁ ଯେ ଗୋପନ
ବ୍ରହ୍ମରଂଧ୍ରରେ ଧିଆନକୁ ଧର ।
ଏକରୁ ଅନେକ ଅଛି ଖଞ୍ଜି । ୧୦ ।
ମାୟାରେ ପଡି ତୁ ନୁହଁ ଗଞ୍ଜ
ଭବସାଗରକୁ ଭେଳା ତୁ ନ ବାଂଧୂ
ଯିବି ଯିବି ବୋଲି ନିରନ୍ତର ।
ଅରୂପରେ ରୂପ ଥାଇ ଯାର
ନବକିଶାରକୁ ଲୟକର
ଅଣାକାର ରୂପ ହୃଦରେ ଧ୍ୟାୟିବୁ
ଯୋଗମାୟା ଯହିଁ ବୀଣାକର ।
ମିଳନ କରାଅ ମୀନକେତୁ
ତକ୍ଷଣେ ମିଳିବ ଜ୍ଞାନ ହେତୁ
ସୋମ ମଣ୍ଡଳକୁ ସଳଖି ଚାହିଁବୁ । ୨୦ ।
ବଣା ନୋହିଣୁ ତୁ ହେତୁ କର ।
କ୍ଷୀଣ ନାଡରେ ତୁ ବଂଧ ବାଂଧ
ଯହିଁ ରହିଅଛି ଜ୍ଞାନ ଫାନ୍ଦ
ଆଗ ନୟନକୁ ପଛ ତୁ କରିବୁ
ଅସଙ୍ଗତ କରି ଛନ୍ଦ କର ।