ପୃଷ୍ଠା:Prachina Odia Kabita.pdf/୩୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୩୧୩
 

ଫୁଟିଅଛି ପଦ୍ମ ନାଡ଼ ନାହିଁ
ଉଲଟି ରହିଛି ଦେଖ ଯାଇଁ
ମଂଜିକି ନ ଚିହ୍ନି ଗଂଜି କି ହେଉଛୁ
ଖଂଜି ନ ଖଂଜି ପାଖୁଡ଼ା ତାର ।
କମଳକେଶର ପରେ ବାସ ।୩୦।
ହର୍ଷିତ ବଦନ ହସ ହସ
ଅର୍ଦ୍ଧାଙ୍ଗୀ ରାଧାକୁ କୋଳେ ଧରିଛନ୍ତି
ଛଇଳ ଛଦ୍ରମେ ବେଣୁଧର ।
ଜାଣି ସୁଜ୍ଞଜନେ ଏହା ଘୋଷ
ନ ଜାଣିମା ଗୁଣେ ବଢ଼ିମା କରିଛି
ନିଶ୍ଚେ ହେବ ଥରେ ନାରଖାର ।
(୨)
ଆହେ ଦାସେ ବିନ୍ଦୁ କାହୁଁ ପାଇଲା ?
କେମନ୍ତ ପ୍ରକାରେ ବନ୍ଦ ଧଇଲା ?
ବିନ୍ଦୁର ମହିମା ଅଟେ କେମନ୍ତ ?
କହେ ଜଗନ୍ନାଥ ଶୁଣ ଅନନ୍ତ ।
ଅନନ୍ତ କହନ୍ତି ଶୁଣ ହୋ ଦାସେ
ବିନ୍ଦୁ ରହିଥିଲା ମହା ଆକାଶେ ।
ପଞ୍ଚଭୂତ ଯେ ନ ଥିଲାକ ପୁଣ ।
ସେ ଦିନେ ବିନ୍ଦୁ ମହାଶୂନ୍ୟେ ଥିଲା
କଳ୍ପନା ସଂଯୋଗେ ଜନମ ହେଲ । ।୧୦।
ପିତା ବିନ୍ଦୁ ମାତା ରଜ ପଙ୍କଜ
ଦେଉଳ ଭିତରେ ଦେବତା ଭଜ ।