ପୃଷ୍ଠା:Prachina Odia Kabita.pdf/୩୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୧୪
ପ୍ରାଚୀନ ଓଡ଼ିଆ କବିତା
 

ଛାୟା ମାୟା ବେନି ପାଶେ ସ୍ଥାପିଲୁଁ
ଅନାଦି ପୀଢ଼ ଅର୍ଦ୍ଧମାତ୍ର କଲୁ ।
ଦେଉଳ ଭିତରେ ଦିଅଁ ସ୍ଥାପନ
କହନ୍ତି ଅନନ୍ତ ବିନ୍ଦୁ ବସାଣ ।
( ୩ )
ଅବନା ଅକ୍ଷର ଜପ, ଯିବ କୋଟି ଜନ୍ମ ପାପ
ଅସାଧନା ମାର୍ଗେ ରହି ଅମାପକୁ ହୃଦେ ମାପ ।
ଦନ୍ତ ଓଷ୍ଠ ନ ହଲିବ, ଶିର କଣ୍ଠ ନ କମ୍ପିବ
ମନ୍ତ୍ର ଯନ୍ତ୍ର ନାହିଁ ତହିଁ ଦେଖିବ ବ୍ରହ୍ମ ସ୍ୱରୂପ ।
ବ୍ରହ୍ମା ବିଷ୍ଣୁ ସଦାଶିବ, କରି ନ ପାରନ୍ତି ଠାବ
ଶେଷଦେବ ନ ପାଇଲେ କୋଟି ଜନ୍ମ କରି ତପ ।
ସସ୍ରଦଳଠାରେ ଅନା, ବିଜେ ନନ୍ଦସୁତ କ‌ହ୍ନା
ବାମେ ଭାନୁରାଜ-ଜେମା ଝଟଝଟ ବଦ୍ୟୁଭାବ ।
ବାଜୁଛି ସପତ ସ୍ୱର, ଶୁଭଇ କେଡ଼େ ମଧୁର
ସେ ସ୍ୱରେ ହୋଇ ବିଭୋର ଜୀବ କରୁଥାଇ ଧାପ । । ୧୦ ।
ନ ଯା ତୀର୍ଥବ୍ରତ କରି, ହୃଦେ ଜପ ରାମ ହରି
କହନ୍ତି ଅନନ୍ତ ଶିଶୁ ତରିବୁ ଏ ଭବକୂପ ।
( ୪ )
ଶୂନ୍ୟରୁ ସଞ୍ଚର ଯେଉଁ ଚରଣ ଅଇଲା
ଶୂନ୍ୟପୀଠ ଭେଦି ସମଦରଶୀ ବହିଲ ।
ଦମ୍ଭେଣ ରହିଲା ସେ ଯେ ଅବନା ମନ୍ତର
ଅଷ୍ଟାଙ୍ଗ ମିଶନ୍ତେ ହେଲା ଉଲଟ ଓଁକାର ।
ହରିମେୟ ଜଗତ ଜଗତମୟେ ହରି
‘ହ’ ଶବଦ ଅଶେଷ ବ୍ରହ୍ମାଣ୍ତେ ଅଛି ପୂରି ।