ପୃଷ୍ଠା:Prachina Odia Kabita.pdf/୩୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୩୧୫
 

'ହ' ଶବ୍ଦ ଭେଦ ଜାଣନ୍ତି ଗୋମତ ଗୋରେଖ
ଚାରିବେଦ ବ୍ରହ୍ମା ଯେ ରଚିଲେ ଚାରିପାଖ ।
ମଉଳି ଶିଖରେ ଏ ତ ବିଜେ କଲେ ଯହୁଁ
ଚାରିବେଦ ମନ୍ଥନରୁ 'ରି' ଶବଦ ତହୁଁ । | ୧୦ ।
ଏ ବେନି ଅକ୍ଷର ଯେବେ ଏକତ୍ୱ ହୋଇବ
ହରି ବୋଲ କରି ନାମ ହୃଦରେ ଗୁଣିବ ।
ହରି ଉଦେ ହେଉଛନ୍ତି ନ ଜାଣନ୍ତି କେହି
କହନ୍ତି ଅନନ୍ତ ଶିଶୁ ହରୀନ୍ଦ୍ରକୁ ଧ୍ୟାୟି ।
(୫)
ହାଟ ଭାଙ୍ଗିବ ହୋ, ହାଟ କରିବାକୁ ନାହିଁ
ହାଟ ଭାଙ୍ଗୁଛନ୍ତି ପାଞ୍ଚ ସରଦାର ରହି ।
ଗୋଲହାଟ ବଟପୁଟେ ବସିଅଛି ହାଟ
ହାଟରେ ପଶିବେ ବୋଲି ଜଗିଛନ୍ତି ଖଣ୍ଟ ।
ସୁବୁଦ୍ଧି ବଣିଆ ବାଟେ ପସରା ମେଲାଇ
ନାମକୁ ମିଶାଇ ସାହୁ ପୋଟଳା ବାନ୍ଧଇ ।
ମନୁ ମହାପାତ୍ର ହାଟେ ଦଣ୍ଡିଆ ହୋଇଛି
ମହା ମତ୍ତଗଜ ହାଟ ମଧ୍ୟରେ ବାନ୍ଧିଛି ।
ବନ୍ଧାଖୁଣ୍ଟା ହାତୀ ଯେବେ ଅଯୋଗେ ଫିଟିବ
କହନ୍ତି ଅନନ୍ତ ଶିଶୁ ହାଟ ଉଜୁଡ଼ିବ । ।୧୦।