ପୃଷ୍ଠା:Prachina Odia Kabita.pdf/୩୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୩୧୭
 

ମଳିନ ଅଧର ଜମ୍ବୁର ଆକାର କମ୍ପିତ କୁଚ କେକୀ ନୃତ୍ୟ,
ଶୋକ-ସାଗରେ ମନ-ନଦୀ ମିଶିଲା, ଚେତନା ଚଞ୍ଚଳ ତଡ଼ିତ,
(ଆଗୋ) ସଙ୍ଘାତ, କହ ମଧୁର ମୃଦୁରସ,
ସଚେତ ହୋଇ ଶରଦ-ଚନ୍ଦନନୀ ଲାଜ ସଂକୋଚେ ହସହସ ।
କହି ମନେ କଲେ ଲାଜ ନିବାରଇ ଉତ୍ସୁକ କରେ ମନୋରଥ,
ଜାଡ଼ି ବାହି ତୁଣ୍ଡ ବଚନ ଭୁଲଇ ସପନେ ମନ ତଦଗତ । । ୩୦ ।
(ଆଗେ) ସଙ୍ଘାତ, ନବ-ଜଳଦ କାନ୍ତି ଶ୍ୟାମ,
ସ୍ୱପନେ ମୋତେ ବିଡ଼ମ୍ବଣ କଲା ସେ ରୂପେ ନଗଛେ କୋଟି କାମ ।
କହୁ କହୁ ତାର ତରଳ ଲୋଚନୁ ବହେ କଜ୍ଜଳ ଜଳଧାର,
ଚିତ୍ରଲେଖା ବୋଲେ ଚିତ୍ତ ସ୍ଥିର କଲେ ଲିହିବି ଚିତ୍ରପଟ ସାର,
(ଆଗୋ) ସଙ୍ଘାତ, ଆଣିମି ତାକୁ ଚିହ୍ନାଇଲେ,
ଚରଣେ ପଡ଼ି ଚତୁରୀ ବୋଲେ ଲିହ ଜୀଇବି ସେ ଚିତ୍ର ଚାହିଁଲେ ।
ଅଖିଳ ଚିତ୍ରଲେଖନ ଚିତ୍ରକାର ବିଚିତ୍ର ଚିତ୍ର କମନୀୟ,
ନୀଳାଦ୍ରିନାଥ ଚନ୍ଦ୍ରମୁଖ ଚିତୋଇ ଚିତ୍ରଲେଖା ଚିତ୍ତେ ବିନୟ,
ଚତୁରୀ, (ସେ ଯେ) ପଟେ ଲିହିଲା ପୁର ତିନି,
ଚଞ୍ଚଳ ଚିତ୍ତ ଥିର କରି ସେ ଚିତ୍ର ଚାହଁଇ କୁରଙ୍ଗୀନୟନୀ । । ୪୦ ।
ଉରଗ-ପୁରେ ନିଜ କାନ୍ତ ନ ପାଇ ଚଞ୍ଚଳ ଚକ୍ଷୁ ବାହୁଡ଼ିଲା,
ନବ ଜଳଧର ଲାଳସେ ଚାତକୀ ଗଙ୍ଗା ତେଜି କି ଲେଉଟିଲା ।
ସଜନି, (ସେ ଯେ) ଅମରପୁର ଦେବଗଣ,
ଯଥାବିଧି କରି ମଣାଇ କହିଲା ଏକେ ଏକେ ନାମ ଧରିଣ ।
ଇନ୍ଦ୍ର ଚନ୍ଦ୍ର ରବି ବରୁଣ କୁବେର ଯମ ଅନଳ ଶିବଲୋକ,
ଗନ୍ଧର୍ବ କିନ୍ନର ଜଣେ ଜଣେ କରି ବଚନେ କେ କହୁ ଅନେକ,
ରମଣୀ, (ସେ) ଅନେକ ପୁରୁଷ ଦେଖିଲା,
ରତ୍ନମନ୍ଦିରେ ପଞ୍ଜରୀପିକ ଯେହ୍ନେ, ଚୂତ ମୁକୁଳ ନ ଦେଖିଲା ।
ଅଶେଷ ଦେବ ନାଗଲୋକ ଦେଖାଇ ସୁନ୍ଦରୀ ସଂକେତ ନ ଦେଖି,
ଅବନୀ ଦାନବ ମାନବ ସକଳ ନୃପତି ନବର ନିରେଖି, । ୫୦ ।
ସଖୀ ଯେ, (ତାକୁ) ସବୁ ପୁରମାନ କହିଲା,
ଅଶେଷ ଭୁବନ ପ୍ରତି ଦିବ୍ୟପୁର ଦେଖନ୍ତେ ମନକୁ ମୋହିଲା ।