ପୃଷ୍ଠା:Prachina Odia Kabita.pdf/୩୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-୧୭ଶ ଶତାଦ୍ଦୀ
୩୨୫
 

ମଧ୍ଧେ ପରବେଶ ହୋଇ ରଥୁଂ ଉତ୍ତୁରିଲେ
ଅଙ୍ଗେ ଅଙ୍ଗେ ସଙ୍ଗେ ପାଦ ପ୍ରଚ୍ଚାରେ ଗମିଲେ ଯେ |
ନାଗେଶ୍ବର ଛୁରିଅନା, ବେନି ତନୁବର
ସଂଯୋଗ ହୋଇଛି ହୋଇ କୁସୁମେ ସୁନ୍ଦର ଯେ |
ନାଗେଶ୍ବର ରଜେ ଭୂମି ମଣ୍ଡନ ହୋଇଛି
ବସିଲେ ସେ ମୂଳେ ରାୟେ ଘେନି କମଳାକ୍ଷୀ । । ୧୪୦ ।
ୟେସନ ସମୟେ ନିଶି ହୋଇଲା ପ୍ରବେଶ
କଳାପୂର୍ଣ୍ଣ କଳାକର ହୋଇଲେ ପ୍ରକାଶ ଯେ |
ପତ୍ର ଭେଦି ବିନ୍ଦୁ ବିନ୍ଦୁ, କିରଣ ପଡ଼ିଲା

ବେଳୁଂ ବେଳ ବନସ୍ଥଳୀ ଶୋଭନ ଦଶିଲା ଯେ |
ଖଣ୍ଡ ଖଣ୍ଡ ହୋଇ ଶଶୀ ପଡ଼ିଲେ ଭୂମିରେ
ସ୍ଫଟିକ ବିଞ୍ଚିଲା ପ୍ରାୟେ ମାରାଗ ଭୂମିରେ ଯେ |
କାଳନ୍ଦୀ ମଧ୍ଧରେ କିବା କମଳ ଫୁଟିଛି
ତରୁଛାୟା କଳାଜଳ ପ୍ରାୟେ ପ୍ରକାଶିଛି ସେ |
ଚନ୍ଦ୍ରକିରଣେ ରମିଲେ ବାସ ଥୋଇ ଦୁରେ
ବଂଚିଲେ ସେ ବିଭାବରୀ ବିବିଧ ପ୍ରକାରେ ଯେ । ! ୧୫୦ |

(“ପ୍ରେମଲୋଚନା', ୧୫ଶ ଛାନ୍ଦରୁ ଗୃହୀତ)

*