ପୃଷ୍ଠା:Prachina Odia Kabita.pdf/୩୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କଳାବତୀ
ବିଷ୍ଣ ଦାସ
( ରାଗ-ବ‌ରାଡ଼ି )

ୟେଥୁ ଅନନ୍ତରେ ଶୁଣସି ରସ
ବରହ ବିସିର୍ଣ୍ଣ ଭଜି ପୁରୁଷ
କେବଳ ନୋହିଅଛି, ପ୍ରାଣେ ନାଶ
ୟେମନ୍ତେ ପ୍ରବେଶ ଆଷାଢ଼ ମାସ,
ଆଷାଢ଼ୀଲା ଘନ,
ଘୋଟି ଆସି ଆଚ୍ଛାଦିଲା ଗଗନ !
ଗହନ ରବେ ସଘନ ପୁରୋଇ
ମ‌ହିପୂର୍ଣ୍ଣ କଲା କହି ନୋହଇ
ଅଂଧାର ଦଶିଲା ସକଳ ଦିଶ
ଜାଣି ନୋହିଲା ଦିବସ ପ୍ରକାଶ,
ପ୍ରଖର ପବନ,
ଆରମ୍ଭିଲ ପୂର୍ବ ଦଗୁଂ ଗମନ ।
ନୀପ ହୋଇଲେ ନୂତନ କଳିକା
ବନେ ବିକାଶିଲା ଗିରିମଲ୍ଲିକା
ନବ ଗର୍ଭ ହୋୟେ ଜାତି ବିଥିକା
କଳିକା ବଢ଼ି ହୋଇଲେ ଯୁତିକା,
ମାଳତୀ ସୁବାସ,
ବାସେ ବଶ ହେଲେ ସମସ୍ତ ଦିଶ !
ଡାହୁକ ଡାକ ଦିଗେ ଦିଗେ ଫୁରେ
ଭେକ ରାବେ ଠାବ ନାହିଁ ମହୀରେ
ଗିରି ଶିଖରେ ଡାକିଲେ ମୟୁର
ଶିର ଉପରେ ରଖି ପୁଚ୍ଛଭାର,
ମାହା ଜଳ ବୃଷ୍ଟି, ,
ଅନବରତେ ପୂରାଇଲା ସୃଷ୍ଟି ।