ପୃଷ୍ଠା:Prachina Odia Kabita.pdf/୩୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୬ଶ-୧୭ଶ ଶତାବ୍ଦୀ


ନବୀନ ନୀରେ ପୂରାଇଲେ ତଟ
ଅର୍ଜୁନ କୁସୁମ ଅତି ଉତ୍କଟ
ଥାଇଂ ଥାଇଂ ଝଞ୍ଜାନିଳ ବହଇ
ମାଳତୀ ବାସେ ସୁବାସିତ ହୋଇ,
କନ୍ଦଳି ଫୁଟିଲା,
ବରଷା ତୁଲେ ଅବନୀ ଲୁଚିଲା | ୩୦ ।
ପର୍ବତ ଶିଖୁଂ ଖସି ମାହାଜଳ
ବେଗେ ଘେନିଲେ ଗିରି ନଦୀକୂଳ
ଚଡ଼କ ପଡ଼ି ଚୂନା ଗିରି ଚୂଳ
ତଡ଼ିତ କଲା ସନ୍ତ‌ତେ ଉଜ୍ଜଳ,
ଦେଖି ନୃପସୁତ,
ତଳେ ପଡ଼ିଲା ହୋଇ ଜ୍ଞାନ ହତ ।
କିଛୁ ବେଳେ ପୁଣି ପାଇଲା ଜ୍ଞାନ
ଲୋତକରେ ପୂରୋଇଲା ଲୋଚନ
ହା ହା ରେ ନୃପସୁତା ମୋ ନନ୍ଦନା
କେ ଦେଖୁଅଛି ମୋହୋ ୟେ ବେଦନା, । ୪୦ ।
ୟେମନ୍ତ ବୋଲଇ,
ତଡ଼ିତକୁ ଚାହିଁ ନେତ୍ର ବୁଜଇ ।
ହାହାରେ ବାଳ ହରିଣ ନୟନା
କନକ କଳଶ ପିବରସ୍ତନା
ପୃଥୁଳ ନିତମ୍ବି ହେମବରନା
ମତ କଳକଣ୍ଠ କଣ୍ଠ ବଚନା,
ହା ହା କଳାବତି,
କଳାମେଘ ତୋତେ ସଙ୍ଗତେ ପ୍ରୀତି ।
କଳା ଲୋକର ୟେମନ୍ତ ବେଭାର
ପ୍ରୀତି ଲୋକଠାରେ କରେ ଅସାର । ୫୦ ।
ଦରଶନ ଦେଇ ଦହୁଛୁ ଦେହ