ପୃଷ୍ଠା:Prachina Odia Kabita.pdf/୩୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୩୩

ଚନ୍ଦ୍ର ମୁଖୀ ଚଉତିଶା


ବିଷ୍ଣୁ ଦାସ
(ରାଗ-କାମୋଦୀ)
କମଳଦଳନେତ୍ରୀ ପାଶରେ ବସି କାନ୍ତ
କହଇ କୋମଳତା କରି
କଳାକରଆନନୀ କଳକଣ୍ଠବଚନୀ
କନକ ପ୍ରତିମା ଗଉରୀ ରେ, ଚନ୍ଦ୍ରମୁଖି
କହୁଛି କର ଧରି ତୋତେ, କହ ସତ୍ୟ ବଚନ ମୋତେ
କାଲି କେମନ୍ତେ ହୋଇ ଦିନ ସରିବ ମୋର
ତୁ ଯେବେ ନ ଥିବୁ ସଙ୍ଗତରେ ।
କ୍ଷୀଣଉଦରୀ ଖଞ୍ଜ- ରୀଟ ନୟନ ଅନ୍ତେ
ଖେଳାଇ ଦରହାସ ହୋଇ
ଖଣ୍ଡିଏ ଦୁରେ ଥାଇ ଖେଦ ନେତ୍ରେ ଚାହିଁବା । ୧୦ ।
ପୁଣି ପାଇବି ଅବା କାହିଁରେ, ଚନ୍ଦ୍ରମୁଖି
ଖଣ୍ଡିବ ଧାତା ଏତେ ସୁଖ, ଖଟାଇ ବନ୍ଦୀ ସମ ଦୁଃଖ
କ୍ଷଣ କ୍ଷଣକେ ମୋର, ଆନନ୍ଦ କେ କହିବ
ଅନାଇଥିଲେ ଚନ୍ଦ୍ରମୁଖରେ ।
ଗୁଣମଣି ଗୁପତ କ୍ରୀଡ଼ା ଶୂର ସମାନ
ଶୁଣି ସନ୍ତୋଷ ହୁଏ ମନ
ଗଜ ଗମନ ଗଜ ଗମନ ଅନାଇଲେ
ସନ୍ତୋଷ ନୁହଇ ନୟନରେ, ଚନ୍ଦ୍ରମୁଖି
ଗୁରୁ ସଘନ ବେନି କୁଚ, ଗିରି ସମାନ ଦିଶେ ଉଚ୍ଚ
ଗଢ଼ିବାକୁ ଏ କୁଚ କରୀକୁମ୍ଭ କନକ ।୨୦।
କଳସ ବିଧି କଲା ସଞ୍ଚରେ ।
ଘନଜଘନୀ ୟେ କୁଚରେ କର ଦେଇ
ମନରେ ଏମନ୍ତ ବିଚାର
ଘଟଣମୁଖୀ ମୋର ଜୀବନ ଥିବା ଯାଏ