ପୃଷ୍ଠା:Prachina Odia Kabita.pdf/୩୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩୪
ପ୍ରାଚୀନ ଓଡ଼ିଆ କବିତା
 

ଆଣି ଗଣ ତୋହରଅଣୁଏ ମନେ କଲେ
ଆୟତ୍ତ ନୁହଇ ଶରୀର
ଆଣି ସେ ସ୍ନେହେ ଭୂଜ କନ୍ଧ ଉପରେ ଦେଉ । ୮୦ ।
ପାଶୋରିବ ତା କାହା ଛାରରେ, ଚନ୍ଦ୍ରମୁଖି
ଏଣିକି ମାଗୁଅଛି ଏହା, ଅଣୁଏ ଗୁଡ଼ବୁ ସେନେହା
ଅନଙ୍ଗ ଜ୍ୱଳା ଯେତେ ବେଳେ କରିବ ଆଣି
ହୋଇ ତେତେବେଳେ ସାହାରେ ।
ତୋର ଲକ୍ଷକ ପ୍ରୀତି ସଂସାରେ ନ ଥୁବ କା
ଢାଳେ ଅନାଇବାର ଭଙ୍ଗୀ
ତରୁଣୀ ରତନରେ ତପ ପୂର୍ବେ ଥୁଲାରୁ
ଦୟା କଲୁରେ କୋମଳାଙ୍ଗୀରେ, ଚନ୍ଦ୍ର ମୁଖି
ତଳର ଦୁଗାନ୍ତର ରଙ୍ଗ ତହିଁ ଅଞ୍ଜନ ହେଲା ସଙ୍ଗ
ତଳରେ ଏହି ନେତ୍ର କୋଣେ ଆଶ୍ରୟ କରି । ୯୦ ।
ବକ୍ଷ ତୋ ଜିଣିଲା ଅନଙ୍ଗରେ ।
ଥିବି ତୋ ପାଶେ ବସି ସ୍ଥବିରେ ଆହର୍ନିଶି
ସ୍ଥାଣୁରେ ମାଗୁଥାଇ ବର
ଥା ଠିକ ଏ କଥାରେ ଥାନ କରି ବିଧାତା
ଏହାଉଁ ଆନକେ ନିଷ୍ଠୁରରେ ଚନ୍ଦ୍ରମୁଖି !
ଥିଲା ଏମନ୍ତ ମୋର ମନେ ଥିବ ଏ କଥା ସବୁଦିନେ
ଥୁଳ ଜ°ଘ ନିଅ ୟେ ହେଉ ତ ନାହିଁ ଦେହ
ଜିଆଅ ତୋ ଅଧର ପାନରେ ।
ଦୟା ଜଳଧି କିମ୍ବା ଅଧରେ ଦନ୍ତେ ଧରି
ଆକଷ କରଇ ଅଶ୍ଳେଷ । ୧୦୦ ।
ଦରିଦ୍ର ନିଧି ତେର ଦେହକୁ ପିତା କରେ
ଧରିବୁ ନାହିଁଟି ସେ ଦୋଷରେ, ଚନ୍ଦ୍ରମୁଖି
ଦାସ ହୋଇଲେ ଦୋଷକରି ଦୟା ନ ଛାଡିବୁ ତା ଧରି
ଦୋଷ ହିଁ ଗୁଣକରି କେଉଁ କଥାରେ ଧରି
ତୁ ଏହା ବିଚାର ସୁନ୍ଦରୀରେ ।