ପୃଷ୍ଠା:Prachina Odia Kabita.pdf/୩୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧରି ମୋ କର ନେଇ ଉରଜ ପରେ ଦେଇ
ଧରି ଯେ ଚିବୁକ ମୋହର । ୧୧୦ ।
ଧୀରଗମନୀ ତାହା ଯେଉଁ କ୍ଷୁଣ ଛାଡ଼ିବି
ପରାଣ ରହିବ କାହାରରେ, ଚନ୍ଦ୍ରମୁଖି ।
ଧାତାକୁ ଯୋଡ଼ୁଅଛି କର ଧରୁ ଯେ ବିନୟ ମୋହର
ଧରଣୀ ମଣ୍ଡଣି ୟେ ପଦ୍ମ ସୁବାସ ଦେହ
କ୍ଷଣେହେଁ ଅନ୍ତର ନ କରରେ ।
କାହିଁ ନାହିଁ ଭୂବନ ଭାବେ ତେତେ ସମାନ
ସୁନ୍ଦର ସୁରସିକ ପଣେ
ନ ଥାଇ ଦେହେ ଜ୍ଞାନ ଛଇଳେ ତୋର ଅଙ୍ଗେ
ଏକଥା ମନମଥ ଜାଣେରେ, ଚନ୍ଦ୍ରମୁଖି
ନିଃଶ୍ବାସ ପକାଇ ଜେ ତେଜୁ ନୟନ ମନ୍ଦମନ୍ଦ ବୁଜୁ
ନ ପାଇଲେ ସେ ଭାବ ନ ରହିବ ସେ ଜୀବ
ଚନ୍ଦ୍ରମା ଆନନୀ ନ ହେଜରେ ।
ପଦ୍ମ ବଦନା ପ୍ରିୟା ପଲ୍ଲବ ଜାଣି ତୋର ! ୧୨° ।
ପାଦକୁ ବଢ଼ାଇ ଯେ କହୁ
ପ୍ରସଙ୍ଗେ ରୁଷାରୁଷି କ୍ଷଣେମାତ୍ର ପଡ଼ିଲେ
ସମସ୍ତ ପ୍ରକାରେ ନ ସହରେ, ଚନ୍ଦ୍ର ମୁଖି
ପଡ଼ିଲା ଏବେ ପରମାଦ ପ୍ରାଣକୁ ପ୍ରମାଦ ବିଷାଦ
ପୀୟଷହାସୀ ମୁଖ ପ୍ରସନ୍ନ, ଶୋଭା ଚିନ୍ତି
ଚାହୁଁ ଚାହୁଁ ଜନମେ ଖେଦରେ ।
ଫୁଟିଲା ଅରବିନ୍ଦ ପ୍ରାୟେ ବାସଇ ମୁଖ
ପ୍ରାଣେ ମଦନ ଅଘତୁର
ଫୁରୁଣା ଅନନୀର ଆନନ ସମାନକୁ
କେଉଁ ଗୁଣରେ ସୁଧାକରରେ, ଚନ୍ଦ୍ରମୁଖି । ୧୩୦ ।
ଫାଇ ଦନରୁ ଆଶା ଥିଲା ଫୁଟି ଏତେଦିନେ ଦିଶିଲା
ଫଳାଇତ ବିଧାତା ହସ୍ତଦେଶରେ ଦେଇ
ଅନାଉଁ ଅନାଉଁ ହରିଲାରେ ।