ପୃଷ୍ଠା:Prachina Odia Kabita.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦ଶ ଶତାଦ୍ଦୀ
୩୧
 

ପ୍ରସନ୍ନେଣ ଆଜ୍ଞା ମୋତେ ଦେଲେ ଶାକାମ୍ବେରୀ
ଲଭ ତୁ କପିଳାସ ଶ୍ରୀ ମହାଭାରଥ କରି ।
ଶୁଣି ବୁଧଜନେ ନ ଧର ଆନ ଚିତ୍ତ ।୩୦।
ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ତିତ ।
ଏକ ଲୟେ କରିଣ ଶୁଣସି ସାବଧାନେ
ଫିଟିବାକ ପାତେକ ସବୁ ଦୁଷୁକୃତ ମାନେ ।

ନମସ୍ତେ କାନ୍ତାନୀ ଗୋ ରତ୍ନ‌ଗିରି ବାସୀ
ଦେବୀଙ୍କର ତେଜ ଘେନିଣ ଯାହାର ଶରୀର ପ୍ରକାଶି ।
ସ‌ହସ୍ରେ ଭୁଜେଣ ସ‌ହସ୍ରେ ଆୟୁଧ
ମାନିନୀ ରୂପଧରି ଅସୁର କଲୁ ବଧ ।
ଅଭୟ ଫିଙ୍ଗଳାକ୍ଷୀ ଗୋ ନାଶକର ଦର୍ପଭାଞ୍ଜି
ନ‌ବ କୋଟି କାନ୍ତାନୀ ଯାହାର ଶରୀରୁ ଉପୁଜି ।
ଅଘୋର ମୁଖ ଗୋ ଟ‌ହ ଟ‌ହ ହାସ ମୁଖୀ
ଆକାଶ ଖଟନ୍ତି କି ନିଶ୍ଚିନ୍ତ ବେନି ଆଖି । । ୪୦।
ଡ଼ିବି ଡ଼ିବି ବାଦ୍ୟ ଗୋ ଭୁଜେଣ ଡ଼‌ମ୍ବରୁ
ଶମସାନ କ୍ଷେପନ୍ତି ଗୋ ନରେ ଅସ୍ଥିମାଳା ଉରୁ ।
ହାଣ ହୋ ମାର ଢାକେଶ୍ୱରୀ ଡାକେ ତୋଳି
ରଣ ରଙ୍ଗ ମନ୍ଥନୀ ଗୋ ନାଚନ୍ତି କୁତୁହେଳୀ ।
ବିବସନ ସାହୀ ଗୋ ମତ୍ତ ମାତାଙ୍ଗୀ
ରସନ ଝଟ ବିହ‌ଡ଼େ ଦାଢ଼ ଲାଗି ରଙ୍ଗି ।
ଆକାଶେ ଦୃଷ୍ଟି ଯାହାର ପାତାଳେଣ ଦୃଷ୍ଟି
ବାହାନ ଇଚ୍ଚୁଲୁ ଗୋ ଗଜରାଜ ପିଠି ।
କାଳିକା କାମ ସେଣି ଗୋ ମୋହିନୀ ଦୁଲଣା
ଉଡ଼ଙ୍ଗମାଳା ହୃଦେଣ ଗୋ ବାହୁଟି କଙ୍କଣା । ।୫୦।
ଖଟ୍ୱାଙ୍ଗ କୁଣ୍ତଳୀ ଘଷଣୀ ଘୁମୁରା
ବକ୍ଷସ୍ଥଳେ ଲମ୍ବଇ ଯାହାର ମନ୍ଦାରମାଳ ହାରା ।