ପୃଷ୍ଠା:Prachina Odia Kabita.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶିବସ୍ତୁତି
ସାରଳା ଦାସ

ତିର୍ଥରେ ସ୍ନାହାନ କରି ବିଶ୍ବନାଥଙ୍କୁ କଲେ ତୁସ୍ତି
କାଳ ଅଙ୍ଗି ମହାଲିଙ୍ଗ ଜୟ ତୁ କାଶୀପତି ।
ଉଚ୍ଚପତ୍ତି ପ୍ରଳୟ ତୋ ତ‌ହୁଂ ନାହିଂ ଆନ
ଅନେକ ବିଦାରଣ ଜୟ ତୁ ତ୍ରିଲୋଚନ ।
ବଇଲ ବାହାନେ ଭ୍ରମଣି ଅନୁବ୍ରତେଣ ମତି ଭୋଳା
ଭଇରବ ରୂପ ଧରି ପାତିଲୁ ମହାଖଳା ।
କମଳାର ନନ୍ଦନ ଅନଙ୍ଗ କାମଦେବ
ତାହାକୁ ଦହିଲୁ ତୁ ପିତାର ଅଭାବ ।
ନିରାଳମ୍ବ ପୁରୁଷ ତୁ ନ ଜାଣୁ ଦେବ କଛି
ନାରାୟଣର ଅଭାବେ ତୁ କାଳକୂଟ ଭକ୍ଷି । । ୧୦ ।
ସ୍ବାମି କାଶୀପତି ନାଶ ଗଲା ତୋହୋର କୁଟବୁଦ୍ଧି
ଦୟା ସାଗର ନାଥ ତୁ ଶୃଙ୍ଗାର ବାରାନିଧି ।
ୟେକା ଚରଣେକ ଚତୁର୍ଭୁଜ ତ୍ରିଲୋଚନ ପଞ୍ଚୁ ସେ ବଦନ
ନାମ ବିଶ୍ବନାଥ ତୁ ଗଙ୍ଗାର ରମଣ ।
ଖପର କୋଠାର ଘେନି ମହାମତ୍ତ ଭୋଳା
ଡିବି ଡିବି ଡମ୍ବରୁ ମତୁଆଳ ଖେଳା ।
ଚଣ୍ଡିକା ମତୁଆଳ ଯୋଗ୍ନୀ ଘୋର ରଡ଼ି
ପ୍ରେତ ପିଚ୍ଚାଶ ବେତାଳମାନନ୍ତ ଘେନି ଖେଡ଼ି ।
ରକ୍ତବର୍ନେ ତ୍ତରାସ ସୁନ୍ଦର କପାଳୀ
ରକ୍ତ ବସନ ସିନ୍ଦୂର ରକତ ମନ୍ଦାରମାଳୀ । । ୨୦ ।
ଅପୂର୍ବକର ନାଟ କୀର୍ତ୍ତି କାଳାନ୍ତ ଭୋଳା
ବୃଷଭ ବାହାନ ନାଥ ତେଜ ଅନର୍ଗଳା ।
ଅସାଷ୍ଟମ ମହାତମା କାୟ ମହାମତ୍ତା
ଅଚିନ୍ତା ପୁରୁଷ ନାଥ ପର ଦୁଖେଣ ଚିନ୍ତା ।
ସିନ୍ଦୁର ବଲୋପନ ଅଣାକାରୁ ରୂପ
କ୍ଷଣେ ବୃଦ୍ଧ କ୍ଷଣେ କନ୍ଦ୍ରପ୍ ସରୂପ ।