ପୃଷ୍ଠା:Prachina Odia Kabita.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪
ପ୍ରାଚୀନ ଓଡ଼ିଆ କବିତା
 

କେ ମାତ ପିତା କେ ଭରିଯା କେ ଭଗିନୀ
ନାଚତି ଗାବନ୍ତି ଭଣ୍ଡ ଗୀତ ଘେନି ।
କଡ଼ା ଦାଉଣ୍ଡି ଯେ ଟହ ଟହ ଘୁମୁରା
କେ କୋଳାହଳ କରନ୍ତି କେ ନାଚନ୍ତି ତ୍ରିପୁରା । । ୩୦ ।
ତ୍ରିଣାୟେକ ବୀଣାୟେକ ହେରମ୍ଭ ଗଣପତି
ନନ୍ଦୀ ମହାକାଳ ଚଣ୍ଡ ପ୍ରଚଣ୍ଡ ସେନାପତି ।
ଜୟନ୍ତକ ଅଜୟନ୍ତକ ଜାତୁ ମଲ୍ଲ କ୍ଷେତ୍ରପାଳ
ଉନମତ୍ତର କାଳ କାଦମ୍ବରୀ ପାନେ ମତ୍ତଭୋଳ ।
ଧୁଧୁକାର ତାଣ୍ଡବ ପରପଞ୍ଚ ଯେ ଯୋଗୀ
ଅବଧୂତ ନାଥ ପିଙ୍ଗଳ ବଇରାଗୀ ।
ବଳି ଭୋଜା ମାୟେଂସ ଭୋଜା ଆବର ପୋଡ଼ାବଳି
ଶଉର୍ଯ୍ୟବନ୍ତ ଭୋଳାନାଥ ନାନା ରଙ୍ଗେଣ କେଳି ।
ଗିରିଜାର ବଲ୍ଲଭ ମହା ଭଇରବ ମୂରତି
ଶୂଦ୍ର ମୁନି ସାରୋଳା ଦାସ ଅଟଇ ପ୍ରକୃତି । । ୪୦ ।

('ମହାଭାରତ', ଆଦିପର୍ବରୁ ଗୃହୀତ)