ପୃଷ୍ଠା:Prachina Odia Kabita.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁନ୍ତୀ, ଦୁର୍ବାସା ଓ କର୍ଣ୍ଣଜନ୍ମ ଉପାଖ୍ୟାନ

ସାରଳା ଦାସ

ବଇବସୁତ ମନୁ ପୁଛା କଲେ ଅଗସ୍ତିଙ୍କି
ପଣ୍ଡୁଙ୍କୁ କେମନ୍ତେ ବିଭା କଲେ କହିବା ବ୍ରହ୍ମ ବାକି ।
ଶୁଣ ହୋ, ମହାତମା ଯୁଗାନ୍ତେକ ପୁରୁଷ
ପଣ୍ଡୁର ଚରିତ ଶୁଣିମା ଅମିୟ ଦିବ୍ୟ ରସ ।
ସିନ୍ଧପୁର ନଗ୍ରେ କୁନ୍ତଭୋଜ ନୃପତି
ତାହାର ଭାରିଜା ନାମ ଅଟଇ ଜମ୍ବୁବତୀ ।
ମଦନ ମହାଦେବର ସେ ଅଟଇ କୁମାରୀ
କରବୀର ପୁରର ସେ ଅଟଇ ଅଧିକାରୀ ।
କୁନ୍ତଭୋଜ ରାଜାର ସେ ୟେକଇ ଦୁହିତା
ଶ୍ରଦ୍ଧାୟେ ନୃପତି ନାମ ଦିଲେ ତାହାକୁ କୋଇନ୍ତା ।। ୧0 ।
ବଡାଇ ସୁନ୍ଦର ସେ ଅଟଇ ଭାଗ୍ୟବନ୍ତୀ ।
ଅତି ସୁନ୍ଦର ସେ ଅତୁଳାୟିତ ଯୁବତୀ ।
ପୁତ୍ର ନ ଥାଇ ସେ କୁନ୍ତଭୋଜ ରାଜାର
ୟେକା ଦୁଲାଳୀକି ତା'ର ସ୍ରାଗ ଯେ ଅପାର ।
ବୃଷଭ ମାସ ପଞ୍ଚମୀ ବୃହସ୍ପତି ବାର
ଗୁରୁ ପୁଷ୍ୟା ଯେ ଅମୃତ ଯୋଗ ସେ ଦିନର ।
ବବ ନାମେ କରଣ ଯେ ଶୂଳ ନାମେ ଯୋଗ
ବୃଷଭ ସଂକରାନ୍ତିକି ତେର ଦିନ ଭୋଗ ।
ୟେମନ୍ତ ସମୟେଣ ଦୁର୍ଭାସା ମହାଋଷି
କୁନ୍ତଭୋଜ ରାଜା କଟକେ ପ୍ରବେଶ ହୋଇଲେ ଆସି ।। ୨0 ।
ଦେଖି କୁନ୍ତଭୋଜ ରାଜା ପାଦଅର୍ଘ୍ୟ ଦେଲା
ନିସ୍ତରିଲି ମହାତମା ହୋ ଆଜଦିନ ମୋତେ ଭଲା ।
ଅନେକ କାର୍ଯ୍ୟ ସୁଫଳ ହୋଇଲା ଆଜ ମୁକୁ
ମୁଂ କ୍ଷମ ହୋଇବି କି ତୋର ପାଦପଦ୍ମ ପଖାଳିବାକୁ ।
ଦୁର୍ଭାସାୟେ ପ୍ରତିବାଚ ତୁ ଅଛୁ ନା କୁଶଳେ
ପାତ୍ର ଅମାନତ୍ୟେ ଖଟି ଅଛନ୍ତି ନା ସକଳେ ।