ପୃଷ୍ଠା:Prachina Odia Kabita.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୦
ପ୍ରାଚୀନ ଓଡ଼ିଆ କବିତା
 

କୋଇନ୍ତାକୁ କରତାର ଧଇଲେ ନିଜ କୋଳେ
ମୁଖ ଚୁମ୍ବନ ଦେଲେ ମଦନ ରସ ଭୋଳେ । ।୧୪୦।
କରପତ୍ର ଯୋଡ଼ିଣ ବୋଇଲେ ଭୋଜର କୁମାରୀ
କୋଟି ତୁ ମହାତମା ମୋରେ ବଳା ତ୍କାର କରି ।
ବୋଲନ୍ତି ଆରେ ମୁହିଂ ସେ କରତାର ବିରଞ୍ଚି ନାରାୟଣ
ଋଷିଙ୍କର ମହାମନ୍ତ୍ରେ ମୋତେ କଲୁ ସୁମରଣ ।
ୟେବେ ମୋତେ ଶୃଙ୍ଗାର ଦେବୁ ନାରେ ବାଳୀ
ଅନେକ ବାଗେ ତାକୁ କଟାଳ କଲେ ଅଶୁଂମାଳୀ ।
କୋଇନ୍ତାୟେ ବୋଇଲେ ମୁଖ୍ୟ ଅବିଭାଇ ଅଟଇ ଅରଜବତୀ
ତୁ ଦିଗପାଳ ହୋଇ ମୋତେ କରୁଛୁ ଅନୀତି ।
ଦିନକରନାଥ ବୋଇଲେ ତୁ ମନ୍ଦକୃତ କଲୁ
ଅଲାଗି ବାମା ହୋଇ ମୋତେ କିଂପେ ସୁମରିଲୁ । । ୧୫୦ ।
ଭୋ କରତାର ମୁଂ ସୁମରିଲି ଋଷିବିଦ୍ୟା ପରୀଖ ନିମନ୍ତେ
ସୁଗ୍ୟାନୀ ନାଥ ତୁ ମୋତେ ହରିବୁ କେମନ୍ତେ ।
ବିରଞ୍ଚି ବୋଇଲେ ଦୁର୍ଭାସାଙ୍କର ମହାମନ୍ତ୍ର କେହୁ ମେଣ୍ଟି
ଅବଶ୍ୟ ପ୍ରାଣ ହାରିବ ମୁର୍ଧୁନା ଯାଇ ଫାଟି ।
ତୁ ମୋତେ ସୁମରଣା କଲୁ ନ ବଚାରି
ରମଣ ନ କଲେ ମୁଂ ତ ନ ଯାଇ ବାହୁଡ଼ି ।
ଯମୁନା ନଦୀତୀରେ ଗହନ ଅଟବ୍ୟା
କୋଇନ୍ତାକୁ ଶୃଙ୍ଗାର ଇଚ୍ଛିଲେ କରତା ଆଦିଦେବା ।
ଶାନ୍ତି ମୂର୍ତ୍ତି ହୋଇଣ ଯେ କମଳଲୋଚନ
ଇନ୍ଦ୍ରି ବଢ଼ାଇଲେ ଯେ ଭଗର ସମାନ । ୧୬୦ |
ଅଖଳିତ କନ୍ୟା ସେ ଅଟଇ ସୂଚୀଭେଦ
ସୂଚୀନାଡ଼ ସ୍ୱରୂପେଣ ଉପସ୍ଥ କଲେ ଦେବ ।
ବିବସନସା‌ହୀ ସେ ହୋଇଣ ଦେବା ଦେବୀ
ଅଗ୍ୟାଂନ ବାଳସ୍ତିରୀ ସେ କାମେଣ ଅଭାବି ।
କିଞ୍ଚିତ ଶୃଙ୍ଗାର ସେ କଲେ କରତାରେ
ବାହୁଡ଼ି ନ ଗଲେ ଦେବ ଦୁର୍ଭାସାଙ୍କ ମନ୍ତ୍ରଡ଼ରେ ।