ପୃଷ୍ଠା:Prachina Odia Kabita.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାବ୍ଦୀ
୪୧
 

ବୀର୍ଯ୍ୟ ପତନ କାଳରେ ସେ ଭୋଜର କୁମାରୀ
ବଇକୁଲ୍ୟ ହୋଇ ଦେବୀ ଅନେକ ବିନୟ କରି ।
ଭୋ କରତାର ନାଥ ନ ଛାଡ଼ ତୋର ବୀର୍ଯ୍ୟ
ଅମୋହ ରେତ ଦେବ ମୋହୋର ଗର୍ଭେ ରହିବ ଆତ୍ମଜ ।୧୭୦।
ଅବିଭାଇତ କନ୍ୟା ଆବର ଅରଜବତୀ
ଆବର ଗର୍ଭେ ମୋହୋର ରହିବ ସନ୍ତ‌ତି ।
ପିତାର ବଦନ ମୁଂ ଚାହିବି କେମନ୍ତେ ।
ଆବର ପ୍ରଦାନ କେ ହୋଇବାକ ମୋତେ ।
ଉଭୟ କୁଳକୁ ଉପୁଜିବ ବ‌ହୁ ଲାଜ
ଅନୁଗ୍ରହ କରି ଦେବ ଗର୍ଭେ ନ ଛାଡ଼ ତୋ ବୀର୍ଯ୍ୟ ।
ଦିନ‌କର ନାଥ ବୋଇଲେ ଗୋ ରତିରଙ୍ଗ କଲେ
ଲିଙ୍ଗ ଭଙ୍ଗ ଦୋଷ ହୋଅଇ ବୀର୍ଯ୍ୟ ନ ଛାଡ଼ିଲେ ।
କୋଇନ୍ତା ବୋଇଲେ ଯେବଣ ବୀର୍ଯ୍ୟ ଛାଡ଼ିବୁ ଦିନ‌କର
ସଇନ୍ଦୁ ଉତପତ୍ତି ହୋଉ ଯେ କୁମର । ।୧୮୦।
କୋଇନ୍ତାଙ୍କର ବଚନ ଶୁଣିଣ ବିରଞ୍ଚି ।
ଢ଼ାଳିଲା ମହାରେତ ଗର୍ଭେଣ ନ ସଞ୍ଚି ।
ବୀର୍ଯ୍ୟ ପତନ କାଳେ ଦେବୀ ଗାଢ଼େଣ କୋଳ କଲା
ଅନେକ ରଙ୍ଗେ ସ୍ୱାମୀ ଶୃଙ୍ଗାର ରସ ଦିଲା ।
ଉପସ୍ଥ ଘୋଟିଲା କୋଇନ୍ତାଙ୍କର ଗର୍ଭଗତେ
ବିରଞ୍ଚି ବୋଇଲେ ପୁତ୍ର ଜାତ ହୋଉଛିଟି ତୋତେ ।
କୋଇନ୍ତା ବୋଇଲେ ଭୋ ଦେବ ଭବଦ୍ୱାରୁ ଜାତ ନ ହୋଉ ସନ୍ତ‌ତି
ଭଗ ଗଳନ୍ତେ ମୁଂ ଯେ ହୋଇବି ଅସତୀ ।
କୁଳକୁ ଦୂଷିତ କଲି ଯେ ମୋହୋର ଦୁହିତା ପଣେ
ବିକଳ ଦେଖି ଦୟା କଲେ ବିରଞ୍ଚି ନାରାୟଣେ । ।୧୯୦ ।
କର୍ଣ୍ଣଦ୍ୱାରେ ବୀର୍ଯ୍ୟ ଯେ ଟେକିଲେ ଉଜାଣି
ୟେସନେକେ ଅଛି ସେ ପୂର୍ବରୁ ନିର୍ବାଣି ।
ମହା ଅମୋହ ରେତ ଅକ୍ଷୟ ସେ ବୀର୍ଯ୍ୟ
କର୍ଣ୍ଣ ବାଟେ ସଇନ୍ଦୁ ଉପୁଜିଲା ଆତ୍ମଜ ।