ପୃଷ୍ଠା:Prachina Odia Kabita.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୨
ପ୍ରାଚୀନ ଓଡ଼ିଆ କବିତା
 

ଦେଖିଣ ପରମ ସାନନ୍ଦ ହୋଇଲେ କମଳ‌ଲୋଚନ
କୋଳ କରି ନାମ ଦେଲେ ତାହାର ବୀରକର୍ଣ୍ଣ ।
କର୍ଣ୍ଣେଣ ଚାପିଲେ ସ୍ୱାମୀ ଅମୃତ କୁଣ୍ତଳ ବେନି
ତାଳୁରେ ଗୋପ୍ୟାନ କଲେ ଅମୃତ ଅଭେଦ କପଚ ମଶି ।
ଶରୀରେ ଲେପନ କଲେ ବଜ୍ର ଯେ ଛଉରି
କର୍ଣ୍ଣେଣ କୁମରର ମହାବ୍ରହ୍ମ ମନ୍ତ୍ର ପଢ଼ି । ।୨୦୦।
ଆକୁଞ୍ଚିତ କେଶ ରସାଣିଲା ପାଟିଆ କପାଳ
ଖଗେଶ୍ୱର ଚ‌ଛୁ ନାସା ସୁନ୍ଦର ଗଣ୍ତସ୍ଥଳ ।
ଶାର୍ଦ୍ଦୂଳ ଆକର୍ଷଣ ଦିଶଇ ଶରୀର ସରୋଜ
ହସ୍ତୀର ଥୋର ହସ୍ତ ଜିଣି ଦିଶଇ ବେନି ଭୁଜ ।
ଆରକ୍ତ ବେନି ଲୋଚନ ବିରାଜିତ ବେନି ନେତ୍ର
କନ‌କ କନ୍ଧ ପଟଳ ଯେହ୍ନେ ପର୍ଣ୍ଣ ପର୍ବତ ।
ଅଫୁଟ ଚମ୍ପାକଢ଼ି ଜାଣି ଦିଶଇ ଅଙ୍ଗୁଷ୍ଠି
ଉଲଟ କଦଳୀ ଜାନୁ ୟେସନ ସୁନ୍ଦର ଗୋଟି ।
ସୁନ୍ଦର ସୁସଞ୍ଚ ଅତୁଳାୟିତ ବଳା
ଅନ‌ଙ୍ଗ ସୁନ୍ଦର ଜାଣି ତେଜ ଅନର୍ଗଳା ।୨୧୦।
ନାନା ଶହସ୍ର ତୋର ଶରୀରେ ନ ଫୁଟୁ
କୋନ୍ତ ପରଶୁ କୃପାଣ ତୋ ଶରୀରେ ନ କାଟୁ ।
ରଣେ ଅଭୟ ତୁ ହୁଅସିରେ କୁମର
ଦାନେଣ ସାହେର ତୁ ହୋଅସି ମହାବୀର ।
ଯେତେବେଳେ ପରିଯନ୍ତେ ତୁ ରଥରେ ବସିଥିବୁ
ତୈଲୋକ୍ୟ ଜିଣନ୍ତା ତୋତେ ସଂଗ୍ରାମେ ନୋହୁ କେ ରେ ବାବୁ ।
ଅନେକ ବିଦ୍ୟା ତାକୁ ଦେଇଣ ମାରତଣ୍ତ
ଉଦୟ ଗିରି ଭେଦି ବିକାଶିଲେ ଉଦ୍ଦଣ୍ତ ।
କୁମାର କୋଳେ ଧରି ସେ ଭୋଜର କୁମାରୀ
କିସ ବୁଦ୍ଧି କରିବି ବୋଲିଣ ମନରେ ବିଚାରି । ।୨୨୦।
ୟେ ସୁସଞ୍ଚ ପୁତ୍ର ଗୋଟିକି ମୁଁ କେମନ୍ତ କରିବି
ପିତା ମାତା ଛାମୁରେ ମୁଂ କି ବୋଲି ବୋଲିବି ।