ପୃଷ୍ଠା:Prachina Odia Kabita.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ଖ )

ଦୃଷ୍ଟିରୁ ବିଚାର କଲେ ବାତ୍ସଲ୍ୟ ରସାର୍ଷିତ “କେଶବ କୋଇଲି' ପରି ରଚନା ଅନ' ଭାରତୀୟ ସାହିତ୍ୟରେ ବିରଳ । ସରଳାଦାସଙ୍କ ମହାଭାରତ, ସଂସ୍କୃତ ମହାଭାରତର ଅନୁବାଦ ନୁହେଁ । ମୂଳ ବା ସଂସ୍କୃତ ମହାଭାରତର ପରିସର ମଧ୍ୟରେ ଓଡ଼ିଆ ଜାତିର ଇତିହାସ, ସଂସ୍କୃତ, ଲେକକଥା, ଆଧାତ୍ମିକ ବିଶ୍ୱାସ ପ୍ରଭୃତିକୁ ଭତ୍ତିକରି ଯେପରି କି ଓଡ଼ିଆ ଜାତିର ମହାଭାରତ ସାରଳାଦାସ ରଚନା କରିଅଛନ୍ତି । ତୁଳନାତ୍ମକ ଇତହାସ ଦୃଷ୍ଟିରୁ ବିଚାର କଲେ, ସାରଳାଙ୍କ ସମସାମୟିକ କାଳରେ ଅନ୍ୟ କୌଣସି ଭାରତୀୟ ଭାଷା-ସାହିତ୍ୟରେ ଏପରି ବିପୁଳ ଉଦ୍ୟମ ପରିଲକ୍ଷିତ ହୁଏ ନାହିଁ । ସାରଳାଦାସଙ୍କ ମହାଭାରତରେ କେବଳ ଅନର୍ଗଳ ପୌରାଣିକତା ନାହିଁ, ଏଥିରେ ମଧ୍ୟ ସ୍ଥାନେ ସ୍ଥାନେ ଅଛି ବର୍ଣ୍ଣାଢ୍ୟ କବିତ୍ୱ । “ଗଦାପର୍ବ’ରେ ବର୍ଣ୍ଣିତ "ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ" ତାହାର ସାକ୍ଷ୍ୟ ବହନ କରିଥାଏ । ଏହାର ମୌଳକତା ଓ କବିତ୍ୱ, ଆଧୁନିକ ଯୁଗର ପ୍ରବର୍ତ୍ତକ କବିବର ରାଧାନାଥ ରାୟଙ୍କୁ ସୁଦ୍ଧା ପ୍ରଭାବିତ ଓ ଅନୁପ୍ରେରିତ କରିଅଛି । ଜଗନ୍ନାଥ ଦାସଙ୍କ 'ଭଗବତ' କେବଳ ଅନାବିଳ ଆଧାତ୍ମିକ ସୌନ୍ଦର୍ଯ୍ୟରେ ନୁହେଁ, ସ୍ୱତଃସ୍ଫୁର୍ତ୍ତ କାବ୍ୟ ସୌନ୍ଦର୍ଯ୍ୟରେ ମଧ୍ୟ ଯେପରି ଉଜ୍ଜଳ, ଏଥିରେ ସନ୍ନିବିଷ୍ଟ 'ବର୍ଷା' ପଦ୍ୟଟି ତାହାର ସାମାନ୍ୟ ଉଦାହରଣ ମାତ୍ର ।

ଷୋଡ଼ଶ ଶତାବ୍ଦୀରେ, ଓଡ଼ିଶାରେ ସଂସ୍କୃତ କାବ୍ୟଚର୍ଚ୍ଚା ଓ ରଚନା ଚୁଡ଼ାନ୍ତ ସ୍ପର୍ଶ କରିଥିବାବେଳେ, କବ ନରସିଂହ ସେଣ ଓଡ଼ିଆରେ ଛନ୍ଦୋବଦ୍ଧ କାବ୍ୟରଚନାର ଉଦ୍ୟମ ଆରମ୍ଭ କରିଥିଲେ । "ପରିମଳ" ଏହାର ଏକ ସଫଳ ଫଳଶ୍ରୁତି । ପରବର୍ତ୍ତୀ କାଳରେ ବିଷ୍ଣୁ ଦାସ, ହରିହର ନରେନ୍ଦ୍ର, ଶିଶୁଶଙ୍କର ଦାସ, ପ୍ରତାପ ରାୟ, ଦେବଦୁର୍ଲଭ ଦାସ, କାର୍ତ୍ତିକ ଦାସ, ଦନାଇ ଦାସ ଓ ପୁରୁଷୋତ୍ତମ ଦାସ ପ୍ରମୁଖ କବିମାନଙ୍କର କାବ୍ୟକୃତିରେ ଆଦି-ମଧ୍ୟଯୁଗର ଓଡ଼ିଆକାବ୍ୟ ପରିପୁଷ୍ଟ ହୋଇଥିଲା । ଅନ୍ୟ କୌଣସି ଭାରତୀୟ ଭାଷା-ସାହିତ୍ୟରେ ମଧ୍ୟ ଏତେ ପରିମାଣରେ ମୌଳିକ କାବ୍ୟ ରଚିତ ହୋଇଥୁବାର ପ୍ରମାଣ ଏ ଯାବତ୍ ମିଳିନାହିଁ । ଏହି ଯୁଗର