ପୃଷ୍ଠା:Prachina Odia Kabita.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦୁର୍ଯ୍ୟୋଧନର ରକ୍ତନ‌ଦୀ ସନ୍ତରଣ
ସାରଳା ଦାସ

ଯ‌ହୁଁ ନିଶବଦ ହୋଇଲା ରଣରଙ୍ଗଭୂଇଁ
ବେଢ଼ିଣ ଲୋଡ଼ନ୍ତି ଚଉକତି ଜଣେ ହେଁ କେହି ଜୀଇଂଲା ନାହିଁ ।
ବାହୁଡ଼ନ୍ତି ପାଣ୍ତବେ ଯେ କରିଣ ଜୟଶଙ୍ଖ ଧୁନି
ମହାଗୋଳ ଶବଦ ଯେ ଶୁଭଇ ସ୍ୱର୍ଗ ତିନି ।
ତେରଘଡ଼ି ପ୍ରବେଶ ହୋଇଲାକ ଆସି ନିଶି
ରଣ ଜୟେ କରି ପାଣ୍ତବେ ଇନ୍ଦ୍ରପ୍ରଶସ୍ତେ ଯାଇ ପଶି ।
ୟେମନ୍ତର ସମୟେ ବିଜୟେ କଲେ ସର୍ବ‌ଯୋଗ୍ନୀ
ଚଉଷଠୀ କୋଟି ଯୋଗ୍ନୀ ନବ କୋଟି କାନ୍ତ୍ୟୋୟେନୀ ।
ରୁଦ୍ରାୟେଣୀ ମୂର୍ତ୍ତି ନବ କୋଟ ଭଇରୋବୀ
ବ୍ରହ୍ମାୟେଣୀ ମୂର୍ତ୍ତି ତିନିମର୍ଭୁତ ଯେ ଦେବୀ ।।୧୦।
ପାଞ୍ଚଲକ୍ଷ ମୂର୍ତ୍ତି ଯେ ଅଟନ୍ତି ଇନ୍ଦ୍ରାୟେଣୀ
ଚଉଦଲକ୍ଷ ରୂପ ହୋଇଲେ ନାରାୟେଣୀ ।
ବେନିଲକ୍ଷ ଡ଼ାକୋଣୀ ପଂଚୁଲକ୍ଷ ଶ୍ରୋଣେହା
ବୃନ୍ଦେକ ପିଚାଶୁଣୀ ଖର୍ବେକ ରୂପ ବରେହା ।
ନବଲକ୍ଷ ମୂର୍ତ୍ତି ଯେ ଦେବୀ ଚାମୁଣ୍ତା
ମୃତ୍ୟୁପିଣ୍ତ ଆବୋରିଣ କରେ ଖପର ଖଣ୍ତା ।
କଂକାଳୀ ମୂର୍ତ୍ତି ଯେ ନବକୋଟି ଦେବୀ
ବେତାଳୀ ମୂରତି ଯେ ପଦ୍ମେକ ସମ୍ଭର୍ବି ।
ଅବନ୍ତି ବିଜୟା ସେ ତାରେଣୀ ତ୍ରିପୁରା
ରକ୍ଷେଣୀ ଭକ୍ଷେଣୀ ଅମ୍ବିକା ଚାଚିକା ଉଗ୍ରତାରା ।୨୦।
ମର୍ଦ୍ଦଳ ଘୁମୁରା ଯେ ବିଜିଘୋଷ ଦାଉଣ୍ତି
ଅଷ୍ଟବକ୍ର ହୋଇଣ ନାଚନ୍ତି ଖେମଟା ନାଟ ଖଣ୍ତି ।
ଡାକନ୍ତି ଡାକେଶ୍ୱରୀ ଯେ ଶବଦ କିଳିକିଳି
ଭକ୍ଷନ୍ତି ମେଦ ମେଦା ଯେ ଦିଅନ୍ତି ହୁଳହୁଳି ।
ସମସ୍ତ ଦେବୀମାନେ ବାରୁଣାବନ୍ତେ ରୁଣ୍ତ
ଦଶନ‌ହ ଚାପନ୍ତେ କଂପ‌ଇ ବ୍ରହ୍ମାଣ୍ତ ।