ପୃଷ୍ଠା:Prachina Odia Kabita.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୪୫
 

ଆହୋ ଚଇତନ ଯହୁଁ ନିଶବଦ ହୋଇଲା କୁରୁକ୍ଷେତ୍ର ଭୂଇଁ
ଘଣ୍ଟତଳୁ ବାହାର ହୋଇଲା ମାନ‌ଗୋବିନ୍ଦାଇ ।
ଉଭା ମାନ‌ଗୋବିନ୍ଦ ରକ୍ତନ‌ଦୀ ପୂର୍ବାଆଡ଼େ
ଭାରଥ ଶୁଭ ଅମ୍ବରେ ଉଠଇ ଉପରେ ।।୩୦।
ରକତନ‌ଦୀକି ଚାହିଁଣ ରାଜା ମାନ ଯେ ଗୋବିନ୍ଦ
ଚଉକତି ଚାହିଁ ରାଜା କପୋଳେ କର ଧିନ୍ଦ ।
ଭୋ ଦଇବ ଏଡ଼େବଡ଼ ସଂପଦ ମୁଁ ଅର୍ଜିଲି ପୂର୍ବ ପୂଣ୍ୟବଳେ
ଅଳପେ ବୁଡ଼ାଇଲି ମୁଁ କର୍ମର ଅବଳେ ।
ଶୁଭ ଥମ୍ବେ ଉଠି ସନ୍ତାପ କରାଇ ଯେ ରାଜା କୁରୁରାୟେ
ଦେଖିଣ ଧୁଶାସନ ଭାସି ଆସୁଅଛି ସୁୟେ ।
କୋଳ କରି ଧଇଲା ଯେ ମାନ‌ଚକ୍ରବ୍ରତୀ
ବାବୁ ଧୁଶାସନ ରେ ପୃଥୀକି ୟେକ ଛତ୍ରୀ ।
ବାବୁରେ ଧୁଶାସନ ଗୁଣବନ୍ତ ଶୂରବନ୍ତ ବିବେକ ଧାର୍ମିକ
ଛତ୍ରିୟ ମଣ୍ତଳେ ତୋର ନାମ ଧରି ୟେକ ।। ୪୦।
ବାବୁ ଦ୍ରେପତୀର କେଶ ଧରି ଆଣିଲୁ ଅବନୀଳେ
ବିବସନ କଲୁ ଆଣି ମହାସଭା ତଳେ ।
ବାବୁ ମଣି ହରଣେ ନିଷାଦପୁର ଭାଞ୍ଜି
କେଶୀ ଦାନବର ତୁ ବଳଦର୍ପ ଗଞ୍ଜି ।
ବାବୁ ବେନିଭୁଜ ନାହିଁରେ ତୋହୋର ଶରୀରେ
ଦ୍ରୋପତୀର ନିମନ୍ତେରେ ଓ ପାଡ଼ିଲା ବ୍ରିକୋଦରେ ।
ହାତରୁ କଂକଣ ଯେ ତୋହୋର ପଡ଼ିଲାକ ଭୂମିରେ
ଶତ ଶତ ହାଥୀ ଗଳିଗଲେ ତ‌ଥିର ଭିତରେ ।
ବାବୁ ଶତ୍ରୁ ମାନମର୍ଦ୍ଦନ ଯାହାର ବାନାଟି ବୀରଧୂ
ବାରରାଷ୍ଟ୍ର ଛତିଶମଣ୍ତଳେ ମହିମା ତୋହୋର ସାଧୁ ।।୫୦।
ବାବୁ କ୍ଷଣେହେଁ ନ ସ‌ହୁରେ ମୋହୋର ଅଭିମାନ
ରଣମନ୍ଥନ ପଦ ତୋହୋର ଧୁଶାସନ ।
ତିନିଭୁବନେ ବିକାଶିତ ତୋହୋର ଯେ ତେଜ
ରତିରଙ୍ଗେ ନାଗର ତୁ କାମେନୀ ମନସିହ ।