ଅମୃତ କୁଣ୍ତଳ ବଜ୍ର କପଚ ଅଭେଦ ଛଉରୀ
ଦିନକର ନାଥ ତୋତେ ୟେହେନେକେ ସଞ୍ଚିତ କରି ।
ଯାହାର ପାଦଭରା ନ ସହଇ ମେଦିନୀ
ନିତ୍ୟାପତି ପୂଜା କରଇ ତୋତେ ଶତେଭାର ସୁବର୍ଣ୍ଣ ଘେନି ।
ଗାଢେ ଚରଣ ପଡନ୍ତେ ମୁଖରୁ ବହଇ ଶ୍ରୋଣି
ଚରଣ ଭାରା ତୋର ନ ସହଇ ଧରଣୀ ।
ଶତେଭାର ରତ୍ନ ଯେ ଦାନ ଦେଉ ନୀତି
ଦୁଖୀଜନ ଦେଖିଣ ସେ ବ୍ୟାକୁଳତୋର ମତି ।।୯୦।
ବ୍ରାହ୍ମଣ ରୂପ ଧରି ତୋତେ ମାଗିଲେ ଆଖଣ୍ତଳ
ଅଭେଦ ଛାଉରୀ ଦିଲୁ କପଚ କୁଣ୍ତଳ
ଗୋବିନ୍ଦେ ପ୍ରାର୍ଥନା କଲେ ବ୍ରାହ୍ମଣ ରୁପ ଧରି
ଭୋଜନେ ତ୍ରିପୁତି କଲୁ ପୁତ୍ର ବିଶିକେଶନକୁ ମାରି ।
ମଇତ୍ର ଅନେକ ଦାନ କଲୁ ଯେ ବୁଡ଼ାଇଲୁ ସଂପ୍ରଧି
ମୋହୋର ବ୍ରତିବାକୁ ୟେବେ କରୁ କିନା ବୁଦ୍ଧି ।
ଅନେକ କାଳ ମଇତ୍ର ସମ୍ଭାଳିଲୁ ମୋତେ
ୟେବେ ରକତ ନଦୀରୁ ପାର ହୋଇବି କେମନ୍ତେ ।
ମଇତ୍ର, ଦାନେ ଶୂରବନ୍ତ ଖାଣ୍ତେଣ ଶୂରବନ୍ତା
ନବଦ୍ୱୀପ ସପତ ସାଗରେ ପଡଇ ତୋହୋର ଯେ କଥା । ।୧୦୦।
ଅପାର ଗୁଣ ତୋହୋର କହିତେ ନାହିଂ ବେଳ
ରୟାଣୀ ପାଇଲେ ନ ବ୍ରତଇ ଜାଣିଲେ ପବନ ଦୁଲାଳ ।
କୋଳକରି କର୍ଣ୍ଣର ଉପରେ ପଡଇ ମାଡ଼ି
ରକତ ନଦୀରେ କର୍ଣ୍ଣ ପଡ଼ିଲାକ ବୁଡ଼ି ।
ଛାଡ଼ଇ ମାନଗୋବିନ୍ଦ ଚଳଇ ତଡ଼ବେଗେ
ଦ୍ରୋଣଂକର ପିଣ୍ତ ଆସୁ ଦେଖିଲାକ ଆଗେ ।
ଆହା ଗୁରୁ ବୋଲି ଯେ ରୋବଇ କୁରୁପତି
ତୋହୋର ବିଦ୍ୟାଏ ଆମ୍ଭେ ହୋଇଲୁ ୟେଡ଼େ ଛତ୍ରା ।।
ପ୍ରଶୁରାମକଇଂ ତୋଷି ପାଇଲୁ ପ୍ରତିଗ୍ରହ
ଇନ୍ଦ୍ରଦେବତା ତୋତେ ସମରେ ନୋହେ ରହ ।। ୧୧୦।
ପୃଷ୍ଠା:Prachina Odia Kabita.pdf/୫୩
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୪୭