ପୁଣ ଜତୁ ଘରେକ ଯେ ଭିଆଇଲୁ କୂଟେ
ଜଉ ସଜଳସ ଆବର ଗୁଆଘୃତ ଛଣପଟେ । ।୧୪୦।
ସଙ୍ଗେଣ ବରଗିଲୁ ତୁ ପୁରୋଚନ ପଣ୍ତାକୁ
ଘର ପୋଡ଼ିଦେଲା ସେ ପାଣ୍ତବେ ନାଶନକୁ ।
କେଉଂଣ ପୁଣ୍ୟବଳେ ତହୁଂ ଉତୁରିଣ ଗଲେ
ୟେଡ଼େବଡ଼ ପ୍ରମାଦରୁ ବଞ୍ଚିଣ ପ୍ରାଣ ସେ ପାଇଲେ ।
କପଟ ପଶାୟେ ମାମୁଂ ଭିଆଇଲୁ ବୁଦ୍ଧିବଳେ
ପାଣ୍ତେବନ୍ତ ବସାଇଲୁ ମୋହୋର ଆସ୍ତାନର ତଳେ ।
ରାଜ୍ୟଭାର ସମସ୍ତ ଘେନାଇଲୁ କୂଟବୁଦ୍ଧି କରି
ସଭାତଳକୁ ଅଣାଇଲୁ ଦ୍ରୋପତୀ କେଶ ଧରି ।
ବିବସନ କରାଇଲୁ ମାମୁଂ ଆମ୍ଭର ଦେଖନ୍ତେ
ତୋହୋର ଗୁଣ ମାମୁଂ ପାଶୋରିବି କେମନ୍ତେ । ।୧୫୦।
ୟେବେ ବୁଦ୍ଧିୟେକ ମାମୁଁ କହ କିନା ମୋତେ
ରୋଧିର ନଦୀରୁ ପାର ହୋଇବି କେମନ୍ତେ ।
ଅପାର ଗୁଣ ତୋହୋର କହିତେ ବେଳ ନାହିଂ
ରାତ୍ର ପାଇଲେ ମୋତେ ମାରିବେ ପାଞ୍ଚଭାଇ ।
ଶକୁନି ଉପରେ ରାୟେ ପଡ଼ିଲାକ ମାଡ଼ି
ପାଞ୍ଚତାଳ ଗଭୀରେ ଶକୁନି ଗଲା ବୁଡ଼ି ।
ଅକାଦ ରୋଧିରେ ରାୟେ ବୁଡ଼ିଣ ପଡ଼ିଲା
ବାହାର ହୋଇ ରାଜା ଦଇବ ସୁମରିଲା ।
ରୋବଇ ମାନଗୋବିନ୍ଦ ଦଶଦିଗ ଅନ୍ଧାର
କେସନେକେ ରୁଧିର ନଦୀରୁ ହୋଇବଇଁ ପାର । ।୧୬୦।
ମହାଶୋକ ଅବସ୍ଥା ପାଇଣ ହୋଇ ମହାଦୁଖୀ
ପୁରୁଷେକ ଭାସି ଆସଇ ମାନଗୋବିନ୍ଦ ହାଦେ ଦେଖି ।
ରୟେଣୀ କାଳେ ଦିଶଇ ଚନ୍ଦ୍ରମା ଉଦେ ପ୍ରାୟେ
ତାଡ଼ ତୋଡ଼ର ବାହୁଟି କଂକଣ ନାନା ଅଳଂକାର ତାର କାୟେ ।
ଅପୂର୍ବ ପୁରୁଷେକ ସେ ଦେଖିଲା ଯହୁଂ ଆଗେ
ଛାଡ଼ିକରି ନୃପତି ପୁଣ ଉଠିଲା କୂଳେ ବେଗେ ।
ପୃଷ୍ଠା:Prachina Odia Kabita.pdf/୫୫
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୪୯