ପୃଷ୍ଠା:Prachina Odia Kabita.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୫୧
 

ବାବୁ ଅବିଚ୍ଛନ୍ନେ ମୂର୍ତ୍ତି ଦିଶୁ ଯେ ବାଳଅର୍କ ପ୍ରାୟେ
କଣୟ ତେଜରୁ ଅଧିକ ଦିଶଇ ତୋର କାୟେ ।
ଅନ୍ଧର ନଉଡ଼ି ପୁତ୍ରରେ ଅନାସ୍ତ ମୋତେ କଲୁ ।
ଗଭୀର ସମୋଦ୍ରେ ମୋର ଭେଳା ବୁଡ଼ାଇଲୁ ।
ଅତିଅନ୍ତ ଗ‌ହନରେ ତୋହୋର ଆସନ
ସଦା ଆନନ୍ଦରେ ବାପ ତୋହର ବଚନ । ।୨୦୦।
ବାବୁ ରାଜ୍ୟରେ ସାଧୁ ସାଧୁ ତୋତେ କରନ୍ତି ପରଜା
ବାଟିକରେ ମାଢ଼େକ ତୁ ଭିଆଇଲୁ ସଞ୍ଜା ।
ଦେବ ବିପ୍ର ଭଗତିରେ ଅହର୍ନିଶି ଚିନ୍ତା ।
ଅନାଥ ନାଥ ପୁତ୍ରରେ ଅହର୍ନିଶି ଦାନ‌ଦ୍ୟନ୍ତା ।
ଦାନେ ଶୁରବନ୍ତ ପୁତ୍ରରେ ଭଣ୍ତାଉ ବଇରି
ନାଶକର ଗର୍ବ ଭାଙ୍ଗୁ ପୁତ୍ରରେ ଅତିଦାନ କରି ।
ଶତେ ଭାର ଭଣ୍ତାର ଦାନ ଦେଉ ଯେ ନିତ୍ୟେ
ସମସ୍ତ ଗୁରୁବିପ୍ର ମିଳନ୍ତି ବାବୁରେ ରଜନୀ ପ୍ରଭାତେ ।
ଦାତବ୍ୟ ପୁରୁଷ ତୁରେ ଦିବାରାତ୍ର ନ ଜାଣୁ
କୃପଣ ଲୋକଂକର ବଚନ ତୁ ନ ଶୁଣୁ । ।୨୧୦।
ଦଇତ ଦାନବ ମାରି ରେ ତୁ ତପୀଜନନ୍ତ ରଖୁ
ଲୋକେ ବଇକୁଲ୍ୟରେ ପୁତ୍ର ତୁନି ହୋଇ କିମ୍ପା ଅଛୁ ।
କଉରୋବ ବଳକୁ ତୁରେ ଦୁତୀୟ ଚନ୍ଦ୍ରଗୋଟି
ତୋହୋର ବିହୁନେ ପୁତ୍ର ମୋତେ ଅନ୍ଧାର ନବସୃଷ୍ଟି ।
ବାବୁ ସଂଗ୍ରାମର ସାଧନାରେ ତୁ ଅତୁଳାଇତ ମଲ୍ଲ
ଧାନୁକି ଚୂଡାମଣି ପାଣ୍ତବଂକ ଉରଶଲ ।
ଆସ ଆସ ବାବୁ ମନ୍ଦିରକୁ ଯିବାରେ ତନୟେ
ଅର୍ଘ୍ୟ ଘେନି ବାଟ ଚାହୁଂଥିବେ ତୋହୋର ଭାନୁବତୀ ମାୟେ ।
ବାବୁ ମାୟେ ପୋୟେ ତୁମ୍ଭେ ଅନେକ କଲ ଯେ ଦଇନି
ବୋଇଲ ବାସୁଦେବ ୟେଥୁଂ ନ ଯାନ୍ତୁ ଅପମାନ ଘେନି । ।୨୨୦।