ପୃଷ୍ଠା:Prachina Odia Kabita.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଗ)

କାବ୍ୟମାନଙ୍କରେ ସ୍ଥାନେ ସ୍ଥାନେ, ଉପମା, ଉତ୍‌ପ୍ରେକ୍ଷା ଓ ଶ୍ଳେଷ ପ୍ରଭୃତିର ଚଟୁଳ ରୀତି-ବିନ୍ୟାସ, ଅନଳଙ୍କାରିକ ରୀତିରେ ଯେପରି ସଂପାଦିତ ହୋଇଅଛି, ତାହା ଏହି କାବ୍ୟଗୁଡ଼ିକର କବିତ୍ୱକୁ ପ୍ରାସାଦଗୁଣ-ଯୁକ୍ତ ଓ ଲବଣ୍ୟମୟ କରି ପାରିଅଛି | ଏହି କାବ୍ୟସବୁ ନିରୋଳ ଓଡଆ କାବ୍ୟର ସ୍ନିଗ୍‌ଧ ସୁକୁମାର ରୂପ ବହନ କରିଥାଏ । ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ଓଡ଼ିଆକାବ୍ୟ କ୍ରମେ ଆଳଙ୍କାରିକ ରୀତିଦ୍ୱାରା ପ୍ରଭାବିତ ହୋଇ ଉପେନ୍ଦ୍ର ଭଞ୍ଜ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନାରେ ଚୂଡ଼ାନ୍ତ ସ୍ପର୍ଶ କରିଥିଲା । କବି ଧନଞ୍ଜୟ ଭଞ୍ଜଙ୍କଠାରୁ ଉନବିଂଶ ଶତାବ୍ଦୀର ମଧଭାଗ ପର୍ଯ୍ୟନ୍ତ କାଳକୁ ଓଡ଼ିଆ କାବ୍ୟର ଇତିହାରେ ଆଳଙ୍କାରିକଯୁଗ ବା ଉତ୍ତର ମଧଯୁଗ ରୂପେ ଚିହ୍ନିତ କରାଯାଇପାରେ । ମାତ୍ର ସେ ଯୁଗର ରଚନା ଏହି କବିତା-ଗୁଚ୍ଛର ଅନ୍ତର୍ଭୁକ୍ତ ନୁହେଁ । ହୁଏତ ତାହା ସ୍ୱତନ୍ତ୍ର ଭାବରେ ପ୍ରକାଶିତ ହେବ । ତା' ନହେଲେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟର ପରିଚୟ ଅସମ୍ପୁର୍ଣ୍ଣ ରହିଯିବ ।

ସୁରେନ୍ଦ୍ର ମହାନ୍ତି

ସଭାପତି

ଓଡ଼ିଶା ସାହିତ୍ୟ ଅକାଦମୀ