ପୃଷ୍ଠା:Prachina Odia Kabita.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୪
ପ୍ରାଚୀନ ଓଡ଼ିଆ କବିତା
 

ବାବୁ ନବସୃଷ୍ଟି ରଚନା ଛାଡ଼ିଣ ପ୍ରଜାପତି
କେତେକାଳ ବସିଲେ ସ୍ରିଜିଲା ତୋର ମୂର୍ତ୍ତି ।
ବାବୁରେ ମୋହୋର ପରା ପିତା ତେହୋରେ ନୋହୁ ନୋହୁ
ତୋହୋର ପ୍ରାୟେ ପୁତ୍ର ମୋତେ ଜନ୍ମେ ଜନ୍ମେ ଥାଉ ।
ଅପାର କ୍ରୋଧ କରଇ ରାଜା ଧୃତିରାଷ୍ଟି
ଲକ୍ଷଣ କୁମାର ଉପରେ ନେଇ ପକାଇଲା ମାଟି ।
ମୃତ୍ୟୁପିଣ୍ତ ଉପରେ ଲୁଚାୟେ ମୃତିକା ପକାଇଲା ଫିଙ୍ଗି
ତ‌ହୁଂ ମାନ‌ଗୋବିନ୍ଦ ଚଳଇ ବେଗି ବେଗି । ।୨୮୦।

('ମହାଭାରତ', ଗଦାପର୍ବରୁ ଗୃହୀତ)