ପୃଷ୍ଠା:Prachina Odia Kabita.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୨
ପ୍ରାଚୀନ ଓଡ଼ିଆ କବିତା
 

ଦେଖି ଆହାକାର କରନ୍ତି ସର୍ବ-ଜନ
ତ‌ହୁଂ ମହାସତୀ କରନ୍ତି ଗବନ ।
ବୈଶାଖ ଶୁକଳ ପଞ୍ଚମି ଗୁରୁବାର
ପୁନର୍ବସୁ ନକ୍ଷତ୍ର ତିନିଘଡ଼ି ଦିବାକର ।।୩୦।
ଏବେ ମହାସତୀର ହୋଇଛି ତିନିମାସ
ମନର ହରଷେ ନ ବୁଝଇ ପ୍ରାସ ।
ଆଗେଣ ଲକ୍ଷ୍ମଣ କଢ଼ାବନ୍ତି ବାଟ
ଥୋକାଏକ ଧୂରେ ସତୀ ପାଇଲେକ କଷ୍ଟ ।
ଗ‌ହନ ବଣେ ବେନି ଜନେ ପଶନ୍ତି
ଦେଖି ବନ‌ଜୀବେ ଛନ‌ଛନ ଚାହାନ୍ତି ।
ମତ୍ତଗଜ ଯୂଥ ଶରୀର ବୃଶାଳଇ
ଗଜଇନ୍ଦ୍ର କୁ ତେଜ ପ୍ରକାଶଇ
ସୁସଞ୍ଚ ଅଶ୍ୱେ ଅଛନ୍ତି ପନ୍ତିପନ୍ତି
ଉଚିଶ୍ରବା ପ୍ରାୟେ ଦିଶନ୍ତି ଧବଳ ଜ୍ୟୋତି ।।୪୦।
ହରିଣ ବାହୁଟିଆ କୋକ ବଳିହା
ମତ୍ତଗଜ ସମାନେ ଦିଶନ୍ତି ବରେହା ।
ଗଣ୍ତା ଗଇଳ ଯେ କୁରଙ୍ଗ ସୟେମ୍ବର
ସିଂହ ଶାର୍ଦୂଳ ଯେ ଅଛଇ ବିସ୍ତାର ।
ଶୁକ କୋକିଳ ଯେ ଆବର ଝିଙ୍କ ମଞ୍ଜରୀ
ଉର୍ଦ୍ଧ୍ୱକେଶୀ ମହିଷି ସମୁଖେ କ୍ରୀଡ଼ା ବିହରି ।
ଆନନ୍ଦେ ମହାସ‌ତୀ ଚାହାନ୍ତି ତୋଷମନେ
ଅନେକ ପକ୍ଷୀଜନ୍ତୁ ଅଛନ୍ତି ସେ ବନେ ।
ସୁସ୍ୱରେ ରାବ ଦେଇ ମଂଯୂରଇ
କୋକିଳ ରାବ ଶୂଣି ଶରୀର କି ଝଡ଼ଇ ।।୫୦।
ବନ ଗ‌ହନରେ ପନନ ବ‌ହଇ ନ ଲାଗଇ ରବିର ତେଜ
ସେ ବନେ ପଶିଲା ଯାଇ ସୁମିତ୍ରା ତନୁଜ ।