ପୃଷ୍ଠା:Prachina Odia Kabita.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୫୯
 

ରବିର ଦ୍ରୋଛନା ଯେ ନ ଲାଗଇ ତ‌ହିଁ ଖରା
ଲେଉଟି ଆଦିତ୍ୟ ଦେବତା ହୋଇଲେ ଅଢାଇ ପ୍ରହରା ।୧୧୦।
ବୃକ୍ଷର ତଳୈଣ ବସନ୍ତେ ମହାସତୀ
ଶରୀର ଶ୍ରମେଣ ପାଇ (ଅ) ଚେବନ ମୂର୍ତ୍ତି ।
ଅଞ୍ଚଳ ପାଡ଼ି ହସ୍ତ ସୀମସ୍ଥାନ କଲା
ନିଦ୍ରାଏଣ ମହାସତୀ ଅଚେବନ ହୋଇଲା ।
ଦେଖିକରି ଲକ୍ଷ୍ମଣ ମନରେ ବିଚାରି
ଏହି ସମୟେ ଉପେଖି ମୁଁ ଯିବି ନିଜପୁରୀ ।
ଯଦ୍ୟପି ନିଦ୍ରାରୁ ଉଠିବେ ଜନେକ କୁମାରୀ
ଓପ୍ରଧ ଛାଡ଼ି ଏହାକୁ ଯାଇତ ନ ପାରି ।
ନ ଗଲେ କୋପ ମତେ କରିବେ ରାମଚନ୍ଦ୍ର
ବୋଲିବେ ମୋହର ଭାରିଜା ଘେନି ରାତ୍ରେ ରହିଲାକ ମନ୍ଦ ।।୧୨୦।
ମନେ ବିକାର ତାର କୋପ କରିଅଛି
ତମେ ଭରିତ ସେ ନ ପୁରଇ କିଛି ।
ନିଗମ ବନେ ସ‌ତୀକି ଛାଡ଼ି ଗଲେ
ଏ ମତେ କୋପ କରିବ ସନିଧ୍ୟେ (ନ) ଦେଖିଲେ ।
ସେବକ ଲୋକର ହୋ ଜୀବନ ଧିକ ଯାଉ
ପରର ବଶେ ବର୍ତ୍ତଇ ପୁଣ ଯେହୁ ।
ଏସନେକ ପଞ୍ଚଭୂତେ ଭାଳନ୍ତି ଲକ୍ଷ୍ମଣ
ତ୍ରୋଣୁ ଶରେକ କାଢ଼ି ପତ୍ରେ କରଇ ଲେଖନ ।
ମୋହର କଥା ଗୋ ଶୁଣସି ମହାସତୀ
ତୋତେ ଉପେକ୍ଷା ଗୋ କଲେ ତୋର ପତି । ।୧୩୦।
ରାବଣ ରାଜ୍ୟେ ତୁ ଚଉଦ ମାସ ଥିଲୁ
ଲୋକିତ କଥାରେ ତୁ ଦୋଚାରୀ ହୋଇଲୁ ।
ବ‌ହୁତ ମୁଖରାବ ରାମ ସ‌ହି ନ ପାରିଲେ
ତେଣୁ ସେ ତୋତେ ଗୋ ବ‌ନ‌କୁ ବାହାର କଲେ ।
ଅଯୋଧ୍ୟା ନ‌ଗ୍ରକୁ ତୁ ବାହୁଡ଼ି ନ ଯିବୁ
ପିତା ଘରେ ତୋର ଗୋ ଯାଇଣ ରହିବୁ ।