ପୃଷ୍ଠା:Prachina Odia Kabita.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୬୧
 

ବୋଇଲା ଯଦ୍ୟପି ଲକ୍ଷ୍ମଣ ଜୀବନ୍ତେଣେ ଥାଇ
ମୋତେ ଉପେଖି କି ସେ ଆନ କତିକି ଯାଇ ।
ଜନ‌ଗମ୍ୟ ନାହିଂ ଅଗମ୍ୟ ବନ ଘୋର
କେଉଣ ଜୀବେ ଲକ୍ଷ୍ମଣକୁ କଲେକ ଆଧାର ।
ଆହା ଲକ୍ଷ୍ମଣ ତୁହି ରୂପେଣ ମଦନ
ତିନି ଜଗତେ କ୍ଷତ୍ରି ତୋତେ ନାହିଁ ସରି ସମାନ ।
ସଂପୂର୍ଣ୍ଣ ଚନ୍ଦ୍ରମା ଜାଣି ମୁଖ ତୋର ଦିଶଇ
ନୟନ ବେନି ଉପାମା ଓଳକାପତ୍ର ସାଦ୍ରିଶଇ । ।୧୭୦।
ପୁଷ୍ପଧନୁ ଯେସନ ଭୂଲୁତା ପରିମାଣି
ନାସିକା ଦିଶଇ ତୋର ଗରୁଡ଼ ଜାଣି ।
ଶ୍ରବଣେ କୁଣ୍ତଳ ତୋର ଦିଶଇ ଢ଼ଳହଳ
ଓଷ୍ଠ ବିକାଶଇ ସୁସଞ୍ଚ ପକୁଫଳ ।
କ୍ଷୁଦ୍ର ମୋତି ଜାଣି ଯେ ଦିଶଇ ଦନ୍ତପନ୍ତି
ଉଜ୍ଜ୍ୱଳ ହୀରା ଯେସନେ ଶୋଭଇ ଦିବ୍ୟରୀତି ।
ଚାଚର ଚିକୂର କୂଟିଳ ଦିବ୍ୟକେଶ
ଲୁବୁଧେ ମଧୁକରେ ନ ତେଜନ୍ତି ନିଜ ପାଶ ।
ଅକଣ୍ଟେକ ମୁନାଳ ସାଦ୍ରିଶ ବେନି ଭୁଜ ।
ଚମ୍ପାକଢ଼ି ଯେସନେକ ପଟାନ୍ତର ପାଣିଜ ।।୧୮୦।
ରଜତ କମୋଦ ଜାଣି ତୋହର ପୟର ତଳି
ଜାଇକଢ଼ି ଯେସନେକ ଦଶନ ଓହଳି ।
ଉଲଟ କଦଳୀ ପ୍ରାୟେ ଦିଶଇ ତୋହର ଜାନୁ
ସ୍ୱରୂପ ସାଦ୍ରିଶ ତୁହି ଦିଶୁ ପୁଷ୍ପଧନୁ ।
ମୁହିଂ ନିଲକ୍ଷଣୀ ଏସନେକ କର୍ମହୀନ
ମୋହର ତୁଲେ ଆସି ଏଥେ ହୋଇଲୁ ବିନାଶନ ।
ଏକଇ ଯୁବତୀ ମୋତେ ଉପେଖିଣ ଗଲୁ
କେବଣ ଜୀବକଂର ମୁଖେ ପଡ଼ିଣ ପ୍ରାଣ ଦେଲୁ ।
ମୁହିଂ ରାଢେଣୀ ନିଶ୍ଚିନ୍ତେ ନିଦ୍ରାଗଲି
ତୋହର ମରନ୍ତେଣ ଦେଖି ନ ପାରିଲି ।।୧୯୦।