ପୃଷ୍ଠା:Prachina Odia Kabita.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୨
ପ୍ରାଚୀନ ଓଡ଼ିଆ କବିତା
 

ଏକଇ ନାରୀ କେସନେ ଆଯେଦ୍ଧ୍ୟାକୁ ଯିବି
ଦୃଗମ ଅଗମ୍ୟ ପଥ କେସନେକ ଚାଲିବି ।
ଯଦ୍ୟପି ଅନୁସରି ପାରଇ ଅବା ଯାଇ
ଲକ୍ଷ୍ମଣ କାହିଂ ଅଛି ବୋଲି ପଚାରିବେ ତୋହର ଆଈ ।
କ‌କୟା କଉଶୁଲ୍ୟା ପାଇବେ ମନେ ପ୍ରାସ
ସକଳ ସ୍ତିରୀମାନେ ମୋତେ କରିବେ ଉପ(ହା)ସ୍ୟ ।
କିସ ବୋଲି ମୁହିଂ ତାହାଙ୍କର ଅଗ୍ରତେଣ କ‌ହିବି
ବ‌ହୁତ ସ୍ତିରୀଙ୍କର ମୁଖ କେମନ୍ତେଣ ଚାହିଂବି ।
ସମସ୍ତ ଶାଶୁଇ ମୋତେ କିସ ବୋଲିବେ
ତିନି ଭଗ୍ନୀ ମୋହର ଦେହ ଧରି ନ ପାରିବେ ।।୨୦୦।
ମୋହର ଭଗ୍ନୀର ନାମ ଉର୍ମିଲା
ସେ କାମେନୀ ତ ବିଧବା ହୋଇଲା ।
ଅକଳଙ୍କ ଉର୍ମିଲାର ମିଖ ଚାହିଂବି କେସନେ
ଧିକାର କରିବେ ମୋତେ ସକଳ ଗୁରୁଜନେ ।
ମରଣୁ ଅଧିକ ପାଇବଇ ଲାଜ
କେଣେ ଗଲୁ ବାବୁ ସୁମିତ୍ରାଙ୍କ ତନୁଜ ।
ଭୁଜବଳେ ପ୍ରତାପ ତୁହି ଅତୁଳାଇତ କ୍ଷତ୍ରି
ସମରେ ଶକତା ତୁହି ଅଟୁ ବୀର ମୂର୍ତ୍ତି ।
ଚଉଦ ବରଷ ତୁହି ସ୍ୱାମୀର ତୁଲେ ଥିଲୁ
ଭୂତ୍ୟପଣେ ସ୍ୱାମୀର ମନ ରଞ୍ଜିଲୁ ।।୨୧୦।
କାମ କ୍ଷୁଧା ନିଦ୍ରା ତେଜିଲୁ ବନବାସ
ଦୃଭାର ଇନ୍ଦ୍ରଜିତକୁ ତୁହି ପ୍ରାଣେ କଲୁ ନାଶ ।
ଲଙ୍କାରେ ସମରେ ତୁହି କେତେ ଦୈତ୍ୟ ନ ମାଇଲୁ ।
କାହାର ହାତରେ ଏବେ ବନେ ପ୍ରାଣ ଦେଲୁ ।
ଉଠି ଡାକ ଦିଅଇ ଜନେକ ଦୁଲ୍ଲଣି
କେଣେ ଗଲୁ ଲକ୍ଷ୍ମଣ ବୀରବର ମଣି ।
କାନ୍ଦଇ ମହାସତୀ ଦଶଦିଗ ଚାହିଁ
ମୁହିଂ ପାପିଷ୍ଠ ଜୀବନ ଅଛି କାହିଂ ପାଇଁ ।