ପୃଷ୍ଠା:Prachina Odia Kabita.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ ଶତାଦ୍ଦୀ
୬୩
 

ଏସନେକେ ଉଠଇ ବସଇ ତ‌ରୁତଳେ
ବେନି ନୟନରୁ ଲୁହ ବ‌ହଇ ଶରୀରୁ ଝାଳ ଗଳେ ।।୨୨୦।
ଚକିତ ଚକିତ ହୋଇଣ ଶଶୀମୁଖୀ
ଚକିତ ହୋଇ ଚଉକତି ଗ‌ଗନ‌କୁ ଚାହାଂଇ ନିରେଖି ।
ବୃକ୍ଷ ଡାଳେ ପତ୍ର ଖଣ୍ତି ଏକ ଦେଖଇ
ହସ୍ତରେ ଧରି ସେ ପତ୍ର ଖଣ୍ତି ଉପଲେଖଇ ।
ଲକ୍ଷ୍ମଣ ସଙ୍କେତ ପତ୍ରରେ ଲେଖନ
ତାହା ଦେଖି ସୀତୟା ଅସ୍ଥିର କଲା ମନ ।
ଅକ୍ଷର ଦିଶଇ ମୁକ୍ତାପନ୍ତି ଜାଣି
ଅବଶେଷ କରି ତାହା ପଢ଼ଇ ରାମରାଣୀ ।
ପତ୍ରପଢ଼ି ଲକ୍ଷ୍ମଣର ତ‌ହିଂ ମୁହାଂସ ଛାଡ଼ିଲା
ବୋଇଲା ଏଥେ ଆଣି ମୋତେ ନିବାସିଣ ଗଲା । ।୨୩୦।
ଯାହା ଅର୍ଜିଅଛି ଅବଶ୍ୟ ଭୁଞ୍ଜିବି ।
ଏକ ଅବଗୁଣ ଲକ୍ଷ୍ମଣ କଲା
କ‌ହି କିମ୍ପା ମୋତେ ଛାଡ଼ିଣ ନ ଗଲା ।
ଏତକ ହି ତାଙ୍କର ଅଛଇ ନା ଦୋଷ
ସ୍ୱାମୀର ଆଗ୍ୟାଂ ପୁଣି କରିବ ସେ କିସ ।
ମଲା ପ୍ରାୟେ ବୁଝିବିକଳ ହୋଉଥିଲି
ପତ୍ର ପଢ଼ି ସେ କ‌ପଟ ବୋଲି ଜାଣିଲି ।।୨୪୦।
ମୁହିଂ ଯେବେ ସତୀ ପତିରେ ଭଗତି
ପରପୁରୁଷକୁ ଯେବେ ନ ବଳଇ ମୋହର ମତି ।
ଗୁରୁ ଗଉରବେ ଭଗତି ମୋହର ଯେବେ
ଅଯୋଦ୍ଧ୍ୟାକୁ ଲକ୍ଷ୍ମଣ ଯାଉ ଏଥୁ ଶୁଭେ ।
ଶ୍ରୀରାମଙ୍କ ଆଗେ ଏ କଥା ଯାଇ କ‌ହୁ
ବାଟେ ଯାନ୍ତେଣ ତାକୁ ବିଘ୍ନ ଜାତ ନୋହୁ ।