ପୃଷ୍ଠା:Prachina Odia Kabita.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶଶତାବ୍ଦୀ

ହାତୀ ଝୁଲଇରେ
ଜଗନ୍ନାଥ ଦାସ

ହାତୀ ଝୁଲଇରେ ଆସିବାର ବେଳ
ହାତୀ ଦେହୁ ବ‌ହୁଅଛି ମଏମତ୍ତ ଝାଳ ।
ଏ ନୀଳକନ୍ଦରେ ହାତୀ ବନ୍ଧା ହୋଇଥିଲା
ସ୍ନାହାନ ନିମିତ୍ତ ହାତୀଶାଳରୁ ଫିଟିଲା ।
ଚନ୍ଦନ ପଲଙ୍କେ ହାତୀ ହୋଇଅଛି ଝଳି
ଚାଲିବା ଛଟକେ ହାତୀ ପଡ଼ୁଅଛି ଢଳି ।
କି ସୁନ୍ଦର ହୋଇ ହାତୀ ହୋଇ ମଏ ମତ୍ତା
ଚଉଦ ଭୁବନେ ହାତୀ ଅଟଇ କରତା ।
ଏମନ୍ତ ସୁନ୍ଦର ହାତୀ ଦେଖିବାକୁ ନାହିଁ
ଜଗନ୍ନାଥ ଦାସ ବୋଲେ ହାତୀ ନାମ କ‌ହ୍ନାଇ । ।୧୦।