ପୃଷ୍ଠା:Prachina Odia Kabita.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୪
ପ୍ରାଚୀନ ଓଡ଼ିଆ କବିତା
 

ଶ୍ରୀରାମଙ୍କ ଆଗେ ବାରତା ମୋହର କହୁ
ଶୁଣିକରି ରଘୁନାଥ ଯେ ଅରଷ୍ଟି ଶାନ୍ତି ହୋଉ ।।
ଏବେ ମୁହି ଏଥି କିସ କରିବି
ବାଟ ନ ଜାଣଇ କେହୁଣ କତି ଯିବି । ୨୫୦।
ରବିର କିରଣ ନିଊନ ତମିରି ବ୍ୟାପିଲା
ସନ୍ଧ୍ୟାଭାଗ ଦିଗ ଯେ ଅନ୍ଧାର ଆଛାଦିଲା ।

('ବିଚିତ୍ର ରାମାୟଣ', ରୁ ଗୃହୀତ)