ପୃଷ୍ଠା:Prachina Odia Kabita.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୫ଶ-୧୬ଶ ଶତାବ୍ଦୀ



ହାତୀ ଝୁଲଇରେ

ଜଗନ୍ନାଥ ଦାସ



ହାତୀ ଝୁଲଇରେ ଆସିବାର ବେଳ
ହାତୀ ଦେହୁ ବହୁଅଛି ମଏମତ୍ତ ଝାଳ ।
ଶ୍ରୀ ନୀଳକନ୍ଦରେ ହାତୀ ବନ୍ଧା ହୋଇଥିଲା
ସ୍ନାହାନ ନିମିତ୍ତ ହାତୀଶାଳରୁ ଫିଟିଲା ।
ଚନ୍ଦନ ପଲଙ୍କେ ହାତୀ ହୋଇଅଛି ଝଳି
ଚାଲିବା ଛଟକେ ହାତୀ ପଡ଼ୁଅଛି ଢ଼ଳି ।
କି ସୁନ୍ଦର ହୋଇ ହାତୀ ହୋଇ ମଏ ମତ୍ତା
ଚଉଦ ଭୁବନେ ହାତୀ ଅଟଇ କରତା ।
ଏମନ୍ତ ସୁନ୍ଦର ହାତୀ ଦେଖିବାକୁ ନାହିଁ
ଜଗନ୍ନାଥ ଦାସ ବୋଲେ ହାତୀ ନାମ କହ୍ନାଇ ।।୧୦।