ପୃଷ୍ଠା:Prachina Odia Kabita.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀଗୁଣ୍ତିଚା ବିଜୟ ଜଗନ୍ନାଥ ଦାସ

ହରି ହର ବ୍ରହ୍ମା ସଂୟେ ଅବତାର ନୀଳଗିରିରେ ପ୍ରକାଶ
ନାନା କଉତୁକେ ନୀଳା କରିବାକୁ
ବଉଦ ରୂପେ ପ୍ରକାଶ, ହେ ହରି ।
କରେ ଶଙ୍ଖ ଚକ୍ରଗଦା ଧରି, ହେ ହରି
ନୀଳକନ୍ଦରେ ବିଜୟ କରି ହେ
ମହାଭାଗକୁ ଉସ୍ୱାସ କରି ସେ । ।୧।
ହଳ ମୂଷଳ ଯେ କରେ ଶୋଭାବନ ଶିରେ ଶୋହେ ସପ୍ତଫେଣୀ
ଧରଣୀଛଳେ ଶଙ୍କର ଅବତାରେ ବୋଲାଇଲ ହଳପାଣି, ସେ ରାମ ।
ରୂପେ ଦିଶନ୍ତି ଅତି ଉପାମ ସେ
ସେ ଯେ ପ୍ରତକ୍ଷେ ଅଟନ୍ତି କାମ
କାମ ଦ‌ହିଂ କାମ‌ପାଳ ନାମ ସେ । ।୨।
ଗୋବିନ୍ଦ ଭେଟ ନ ପାଇ ବେଦପତି ବଛା ହରି ଘେନିଗଲା
ଶାପ୍ୟରୁ ମୁକତି ହୋଇବା ନିମନ୍ତେ ସୁଭଦ୍ରା ରୂପ ଧଇଲା, ସେ ଭଲା ।
ତିନି ଦେବଙ୍କ ମଧ୍ୟେଂ ରହିଲା ସେ
ହରିଦର୍ଶନ ପୂଜା ପାଇଲା ସେ
କୋଟି ଜନ୍ମର ପାତକ ଗଲା ସେ । ।୩।
ସଂସାରେ ଯେତେକ ଉତ୍ସବ ଆନନ୍ଦ ସବୁହିଂ ତାଙ୍କ ଭିଆଣ
ଫଗୁଣେ ଦୋଳ ବୈଶାଖରେ ଚନ୍ଦନ କଉତୁକେ ନାରାୟଣ, ସେ ହରି ।
ଦେବସ୍ନାନ ମଣ୍ତପେ ବିଜେ କରି ସେ
ୟେବେ ଅଣସରେ ବିଜେ କରି ସେ
ମଥା ଭାରି ହେଲା ବୋଲିକରି ସେ । ।୪।
ପନ୍ଦର ଦିନ ଅଣସର ସାରିଣ ଦିନେକ ନେତ୍ର ଉଚ୍ଛବେ
ଦେବ ଦାନେବ ମାନେବ ଆଦିକରି ଦେଖିଣ ମୁକତି ସର୍ବେ, ସେ ଜନେ ।
ସ୍ୱର୍ଗୁଂ ଅଇଲେ ଦେବତାମାନେ ସେ
ହରିବାଣୀ ଶୁଣୁଥିଲେ କର୍ଣ୍ଣେ ସେ
କଳା ଶ୍ରୀମୁଖ ଦେଖି ନୟନେ ସେ । ।୫।

}}