ପୃଷ୍ଠା:Prachina Odia Kabita.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଳରାମ ହରି ସୁଭଦ୍ରା ସ‌ହିତେ ବସିଣ କରନ୍ତି ପଞ୍ଚା
ଆମ୍ଭ ବିଚାରକୁ ୟେମନ୍ତ ଦିଶିଲା କାଲି ହୋଇବ ଗୁଣ୍ତିଚା, ସେ ଭାଇଂ ।
ତୁମ୍ଭ ବିଚାରକୁ କି ଯୋଗାଇ ସେ
କାଲି ଦିନ ଉତ୍ତମ ଅଟଇ ସେ
ପାପୀ ନିସ୍ତାର ହୋଇବେ ଚାହିଂ ସେ । ।୬।
ଶୁଣି ବଳଦେବ ହରିଙ୍କି ବୋଲନ୍ତି କିସ ବିଚାରିବୁଂ ଆମ୍ଭେ
ଘରଣୀ ତୁମ୍ଭର ବଡ଼ ଦୁରୁଦଣ୍ତ ତାଙ୍କୁ ବୋଧକର ତୁମ୍ଭେ, ସେ ମୁରାରୀ ।
ବଡ଼ ଦୃଦଣ୍ତ ସିନ୍ଧୁ କୁମାରୀ ସେ
ତାଙ୍କ ବୋଇଲେ ସେ ଯାଇ ପାରି ସେ
ତୁମ୍ଭେ ଚଳ ଯା ଲକ୍ଷ୍ମୀଙ୍କ ପୁରୀ ସେ । ।୭।
ପ୍ରଭୁଙ୍କ ବଚନେ ନିଜେ ଜଗନ୍ନାଥ ମିଳିଲେ ଲକ୍ଷ୍ମୀଙ୍କ ପାଶ
ହସି ଜଗନ୍ନାଥ ବସି ବୋଲନ୍ତି ଭାଳିବା ୟେଠାକୁ ଆସ, ଗୋ ଜୀବନ ।
ଚିତ୍ତେ ନ ଧରିବ ତୁମ୍ଭେ ଆନ ଗୋ
ଆମ୍ଭେ କଥାୟେ କ‌ହିବୁଂ ଘେନ ଗୋ
ତୁମ୍ଭେ କୋପ ନ କରିବ ମନ ଗୋ । ।୮।
ରଜନୀ ପାହିଲେ ଗୁଣ୍ତିଚା ଉଚ୍ଛବ ଶୁଣ ଗୋ ସିନ୍ଧୁକୁମାରୀ
ତେଣୁ ତୁମ୍ଭଙ୍କୁ କ‌ହିବାକୁ ଅଇଲୁଂ କାଲି ଯିବୁଂ ଯାତ୍ରାକରି, ଗୋ ସଙ୍ଗାତ ।
ତୁମ୍ଭେ କୋପ ନ କରିବ ଚିତ୍ତ ଗୋ
ତ‌ହିଂ ନଥିବୁଂ ଦିନ ବ‌ହୁତ ଗୋ
ଯାତ୍ରା ସାରି ଆସିବୁ ତୁରିତ । ।୯।
ପ୍ରଭୁଙ୍କ ବଚନ ଶୁଣି କମଳଣୀ ବୋଲନ୍ତି ଶୁଣ ମୁରାରୀ
ତୁମ୍ଭ ମନେ ଯେବେ ଶରଧା ନୋହିଲା ୟେକାଯିବ ଯାତ୍ରା କରି, ହେ ମାଧବ ।
କେବେ ଯାତ୍ରା କରି ତୁମ୍ଭେ ଯିବ ହେ
ଫେଡ଼ି ମୋହ ଆଗରେ କ‌ହିବ ହେ
ମାୟା ମୋହଠାରେ ନ କରିବ ହେ । ।୧୦।
ଶ୍ରୀହରି ବୋଇଲେ ଶୁଣ ହେ କମଳା ସଙ୍ଗେ ଯିବେ ଜ୍ୟେଷ୍ଠ ଭାଇ
ଲୋକ ଗ‌ହଳେ ଛୁଆଁ ଛୁଇଁ ହୋଇବ ତୁମ୍ଭ ଯିବା ନ ଯୋଗାଇ, ହେ କମଳା ।